ବିଷପିଇ ଜୀବନ ହାରିଲେ ନିଃସନ୍ତାନ ଦମ୍ପତି

ତହସିଲଦାରଙ୍କ ସାମ୍ନାରେ ବିଷ ପିଇଲେ ମହିଳା, ଅଧିକାରୀ ଶୁଣିଲେନି ଗୁହାରି

Patrika

ପାଟପୁର : ପାରିବାରିକ କଳହରୁ ବିଷ ପିଇ ଜୀବନ ହାରିଛନ୍ତି ଦମ୍ପତି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରୀ ଗ୍ରାମ ଭଞ୍ଜସାହିରେ ଏଭଳି ଏକ ଅଭାବନୀୟ ଘଟଣା ଶନିବାର ଦିନ ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ ହେଲେ, ସନ୍ତୋଷ ଗୌଡ଼ (୫୦) ଓ ନୟନି (୪୫)। ୨୫ ବର୍ଷ ‌ତଳେ ଉଭୟ ବିବାହ କରିଥିଲେ। ସନ୍ତୋଷଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ସତ୍ତ୍ବେ ଉଭୟ ନିଃସନ୍ତାନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ଉଭୟ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇ କୀଟନାଶକ ପିଇ ଦେଇଥିଲେ। ଘଟଣା ସ୍ଥଳରେ ସନ୍ତୋଷଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ନୟନିଙ୍କୁ ହସ୍ପିଟାଲକୁ ନିଆଯାଇ ଥିବା ବେଳେ ଦିଗପହଣ୍ଡି ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe