ମା’ଙ୍କ ମୃତ୍ୟୁ ପରେ ଭାଇ ଭଉଣୀଙ୍କୁ ଉଦ୍ଧାର କଲା ଚାଇଲ୍‌ଡଲାଇନ୍‌

ମା’ଙ୍କ ମୃତ୍ୟୁ ପରେ ଭାଇ ଭଉଣୀଙ୍କୁ ଉଦ୍ଧାର କଲା ଚାଇଲ୍‌ଡଲାଇନ୍‌

ଝାରସୁଗୁଡା : ଶନିବାର ଦିନ ଚାଇଲ୍‌ଡ ଲାଇନ୍‌ ଏଚ. କଣ୍ଟାପାଲିସ୍ଥିତ ପବନ ସୁତ ଶ୍ରମିକ କଲୋନିରୁ ମା’ ନଥିବା ଦୁଇ ଭାଇ ଭଉଣୀଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରିଥିଲା। ପରେ ଉଭୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି ବୋଲି  ଚାଇଲ୍‌ଡଲାଇନ୍‌ର କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ସୂଚନା ଦେଇଛନ୍ତି।

ଝାରସୁଗୁଡାର ଇବ ଷ୍ଟେସନ ଗ୍ରାମର ଏକ ଦମ୍ପତି ପବନସୁତ ଚାଉଳ କଳର ଶ୍ରମିକ କଲୋନିରେ ନିଜର ସାତ ବର୍ଷର ଏକ ଝିଅ ଓ ଦେଢ଼ ମାସର ଏକ ପୁଅ ସହିତ ରହୁଥିଲେ। ତେବେ ଉଭୟଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଦୀର୍ଘଦିନ ହେଲା ଖରାପ ଥିଲା। ଶନିବାର ମଧ୍ୟାହ୍ନରେ ହଠାତ ଅବସ୍ଥା ଅତି ଖରାପ ହେବାରୁ ତାଙ୍କୁ ମଣ୍ଡଳିଆ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିଲା। ଶିଶୁ ଦ୍ବୟଙ୍କ ବାପାଙ୍କ ଏଠାରେ କୌଣସି ସମ୍ପର୍କୀୟ ନଥିବା ହେତୁ ଶିଶୁ ଦ୍ୱୟଙ୍କୁ ଦେଖାରେଖା କରିବାରେ ବହୁତ ଅସୁବିଧା ହେବ ବୋଲି ସେ ଚାଇଲ୍‌ଡଲାଇନ୍‌କୁ ନିବେଦନ କରିଥିଲେ। ଚାଇଲ୍‌ଡ ଲାଇନ ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥଲା। ଏଥିରେ ଚାଇଲ୍‌ଡଲାଇନ୍‌ ପକ୍ଷରୁ ଟିକେଶ୍ୱରୀ ପଟେଲ ଓ ସତୀଶ ଚନ୍ଦ୍ର ମିଶ୍ର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe