ପରିବାର ପୋଷିବା ପାଇଁ ପାଠରେ ଡୋରି: ସ୍କୁଲ ଛାଡୁଛନ୍ତି ପିଲା

ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କିପରି ରହିଛି ତାହା ନ ଦେଖିଲେ ବିଶ୍ବାସ କରି ହେବ ନାହିଁ। କେଉଁଠି ଶିକ୍ଷକ ଆସୁଥିଲେ ବିଦ୍ୟାଳୟ ଗୃହ ନଥିବା ବେଳେ ଆଉ କେଉଁଠି ବିଦ୍ୟାଳୟ ଗୃହ ରହିଥିବା ସହ ପ୍ରତିଦିନ ପିଲା ଆସୁଥିବା ବେଳେ ଶିକ୍ଷକଙ୍କର ମାସ ମାସ ଧରି ଦେଖା ମିଳୁନାହିଁ....

Children are dropping out of school to support their families

Children are dropping out of school to support their families Photograph: (sambad.in )

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା କିପରି ରହିଛି ତାହା ନ ଦେଖିଲେ ବିଶ୍ବାସ କରି ହେବ ନାହିଁ। କେଉଁଠି ଶିକ୍ଷକ ଆସୁଥିଲେ ବିଦ୍ୟାଳୟ ଗୃହ ନଥିବା ବେଳେ ଆଉ କେଉଁଠି ବିଦ୍ୟାଳୟ ଗୃହ ରହିଥିବା ସହ ପ୍ରତିଦିନ ପିଲା ଆସୁଥିବା ବେଳେ ଶିକ୍ଷକଙ୍କର ମାସ ମାସ ଧରି ଦେଖା ମିଳୁନାହିଁ।

ଏସବୁ ବିଷୟ ବ୍ଲକ ଏକ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ରହିଥିଲେ ମଧ୍ୟ ଶିକ୍ଷକମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ। ସବୁ ଭିତିରିଆ ସଲାସୁତରାରେ କାମ ଚାଲିଛି ବୋଲି ଅଭିଯୋଗ ହେଉଛି। ଅନ୍ୟଦିଗରେ ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧,୪୦,୬୮୫ ଜଣ ପିଲା ୨୦୨୪-୨୫ରେ ଅଧ୍ୟୟନ କରୁଥିବା ବେଳେ ୭୫୨ ଜଣ ପିଲା ଡ୍ରପ୍ ଆଉଟ୍ ହୋଇଥିବା କୁହାଯାଇଛି। ସେମାନେ ପରିବାର ପୋଷିବା ପାଇଁ ପାଠରେ ଡୋରି ବାନ୍ଧିଥିବା କୁହାଯାଉଛି।

କାଗଜ ପତ୍ରରେ ଏହି ସୂଚନା ପ୍ରଦାନ କରାଯାଇଛି। କିନ୍ତୁ ପ୍ରକୃତରେ ଏହି ରିପୋର୍ଟ ତିରିଶି ପ୍ରତିଶତ ହିଁ ହୋଇଥାଇପାରେ ବୋଲି ଶିକ୍ଷାବିତ୍ ମତ ଦିଅନ୍ତି। ଜିଲ୍ଲାର ସାତୋଟି ବ୍ଲକରେ ହଜାର ହଜାର ପିଲା ଏବେ ଡ୍ରପ୍ ଆଉଟ୍ ହୋଇ ରହିଛନ୍ତି। ତେବେ ବିଭାଗ କହୁଛି ସର୍ଭେ ଚାଲିଛି। ସର୍ଭେ ପରେ ସଠିକ ରିପୋର୍ଟ ମିଳିବ।

ତେବେ ରିପୋର୍ଟ ଅନୁଯାୟୀ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ୧୩,୦୧୭ ଜଣ ପିଲା ଅଧ୍ୟୟନ କରୁଥିବା ବେଳେ ୩୯୬ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି। ସେହିପରି  କାଲିମେଳା ବ୍ଲକରେ ୨୮,୦୭୧ ଜଣ ଅଧ୍ୟୟନ କରୁଥିବା ବେଳେ ୯ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି।

ଖଇରପୁଟ ବ୍ଲକରେ ୧୫,୩୮୪ ଜଣ ଅଧ୍ୟୟନ କରୁଥିବା ବେଳେ ୯ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି। କୋରକୋଣ୍ଡା ବ୍ଲକରେ ୧୭୭୧୦ ଜଣ ଅଧ୍ୟୟନ କରୁଥିବା ବେଳେ ୮ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି। ମାଲକାନଗିରି ବ୍ଲକରେ ୩୪୭୭୬ ଜଣ ଅଧ୍ୟୟନ କରୁଥିବା ବେଳେ  ୫ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି।

ମାଥିଲି ବ୍ଲକରେ ୨୨୨୪୦ ଜଣ ଅଧ୍ୟୟନ କରୁଥିବା ବେଳେ ୨୬୪ ଜଣ ଡ୍ରପ୍ ଆଉଟ୍ ହୋଇଛନ୍ତି ଏବଂ ପଡିଆ ବ୍ଲକରେ ୯୪୮୭ ଜଣ ଅଧ୍ୟୟନ କରୁଥିବା ବେଳେ ୬୧ ଜଣ ଡ୍ରପ୍ ଆଉଟ୍ ହୋଇଥିବା କୁହାଯାଇଛି। ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୩୯୬ ଜଣ ପିଲା ଡ୍ରପ୍ ଆଉଟ୍  ହୋଇଥିବା ବେଳେ ମାଲକାନଗିରି ବ୍ଲକରେ ସର୍ବନିମ୍ନ ୫ ଜଣ ଡ୍ରପ ଆଉଟ୍ ହୋଇଥିବା କାଗଜ କଲମରେ ଦର୍ଶାଯାଉଛି।

ଅନ୍ୟଦିଗରେ ଜିଲ୍ଲାରେ ରହିଥିବା ୧୩୭୦ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୧୧,୬୯୩ ଜଣ ପିଲା ପାଠ ପଢୁଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୨୬୬୧ ଜଣ,ତୃତୀୟ ଶ୍ରେଣୀରେ ୧୩୦୯୯ ଜଣ,ଚତୁର୍ଥ ଶ୍ରେଣୀରେ ୧୨୯୮୬ ଜଣ,ପଞ୍ଚମ ଶ୍ରେଣୀରେ ୧୪୪୬୬ ଜଣ,ଷଷ୍ଠ ଶ୍ରେଣୀରେ ୧୪୪୩୮ ଜଣ,ସପ୍ତମ ଶ୍ରେଣୀରେ ୧୪୩୪୮ ଜଣ,ଅଷ୍ଟମ ଶ୍ରେଣୀରେ ୧୪୩୬୯ ଜଣ,ନବମ ଶ୍ରେଣୀରେ୧୧୨୩୯ ଜଣ,ଦଶମ ଶ୍ରେଣୀରେ ୯୨୫୪ ଜଣ,ଏକାଦଶ ଶ୍ରେଣୀରେ ୬୦୭୪ ଜଣ ଏବଂ ଦ୍ବାଦଶ ଶ୍ରେଣୀରେ ୬୦୬୦ ଜଣ ପଢୁଥିବା କୁହାଯାଇଛି।

ଅଧିକ ପଢ଼ନ୍ତୁ: ରାସ୍ତା ଅବସ୍ଥା ଶୋଚନୀୟ: ମରାମତି ପାଇଁ ପଞ୍ଚାୟତବାସୀଙ୍କ ଦାବି

କିନ୍ତୁ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବାରୁ ହଜାର ହଜାର ପିଲା ଡ୍ରପ୍ ଆଉଟ୍ ହୋଇ କିଛି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ କେତେକ ପରିବାର ପୋଷିବା ପାଇଁ କାମଧନ୍ଦା କରୁଛନ୍ତି। ଅଭିଭାବକମାନେ ଅଶିକ୍ଷିତ ହୋଇଥିବାରୁ ପିଲାଙ୍କୁ ପାଠ ପଢାଇବା ପାଇଁ ବାଧ୍ୟ କରୁ ନଥିବା ଦେଖିବାକୁ ମିଳୁଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନୀ ଗୁପ୍ତଚର ଭାବେ ଧରାପଡ଼ିଲେ କଂଗ୍ରେସ ନେତାଙ୍କ ପୂର୍ବତନ ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌

Malkangiri drop out 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe