ଅଣ୍ଡା, ଛତୁଆ ପାଇଁ ୩ କିମି ଯାଉଛନ୍ତି ଶିଶୁ

ଅଣ୍ଡା, ଛତୁଆ ପାଇଁ ୩ କିମି ଯାଉଛନ୍ତି ଶିଶୁ

The Rural India

ଦାନଗଦୀ: ଦାନଗଦୀ ବ୍ଲକର କିଆଝର ପଞ୍ଚାୟତ ଧୂଳିଆପଶି ଗ୍ରାମରେ ଅଣ୍ଡା, ଛତୁଆ ପାଇଁ ୩ କିଲୋମିଟର ଦୂର ଚାଲିଚାଲି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ୧ରୁ ୬ ବର୍ଷର ଶିଶୁ। ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଅଣ୍ଡାଛତୁଆ ପାଇଁ ଶିଶୁମାନେ ୩ କିମି ଦୂର ପାଣୁବାହାଳି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି। ଅଭିଭାବକ, ଶିଶୁ ଓ ଗର୍ଭବତୀ ମହିଳା ଅଯଥାରେ ହଇରାଣ ହେଉଛନ୍ତି। ଧୂଳିଆପଶି ଗ୍ରାମର ଲୋକସଂଖ୍ୟା ୨୫୦ରୁ ଅଧିକ। ଗାଁରେ ପ୍ରାୟ ୪୦ଜଣ ଶିଶୁ ରହିଛନ୍ତି। ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ଯିବାପାଇଁ ପାହାଡିଆ ରାସ୍ତା ଓ ରେଳଧାରଣା ଅତିକ୍ରମ କରିବାକୁ ପଡୁଛି।

ତେଣୁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାର କୌଣସି ଅସୁବିଧା ନାହିଁ। ମାତ୍ର ମହିଳା ଓ ଶିଶୁ ପ୍ରକଳ୍ପ ବିଭାଗର ଆନ୍ତରିକତା ଅଭାବରୁ ୪୦ଜଣ ଶିଶୁ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଅଙ୍ଗନବାଡ଼ି ସହାୟକ ଘରେଘରେ ଖାଦ୍ୟଦ୍ରବ୍ୟ ପହଞ୍ଚାଇବା ପାଇଁ ନିର୍ଦେଶ ଅଛି।

ତେଣୁ କେମଳମତି ଶିଶୁମାନଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବାନେଇ ଫଗୁ ହେମ୍ବ୍ରମ, ଭକ୍ତ ସୋରେନ, ପ୍ରଧାନ ଟୁଡୁ, ଶ୍ୟାମ ମାରାଣ୍ଡି, ଘନଶ୍ୟାମ ହେମ୍ବ୍ରମ, ମିର୍ଜା ମୁର୍ମୁ, କୃଷ୍ଣା ହେମ୍ବ୍ରମ, ରଘୁନାଥ ପାତ୍ର, କବିତା ମୁର୍ମୁ,  ଲକ୍ଷ୍ମୀ ହାଁସଦା ପ୍ରମୁଖ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଲାଗି ଧୂଳିଆପଶି ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe