ଯାତ୍ରା ପାଇଁ ବିଦ୍ୟାଳୟ ଆସୁ ନାହାନ୍ତି ପିଲା: ୩ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା‌ ୯୮୨, ଉପସ୍ଥିତ ୬୧

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ୩ ବିଦ୍ୟାଳୟରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ଚଳିତମାସ ୨ ତାରିଖରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ପିଲା ସ୍କୁଲ୍‌କୁ ଆସୁନାହାନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ୩ ବିଦ୍ୟାଳୟରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ଚଳିତମାସ ୨ ତାରିଖରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ପିଲା ସ୍କୁଲ୍‌କୁ ଆସୁନାହାନ୍ତି।

fshfsfshfsfh

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ୩ ବିଦ୍ୟାଳୟରେ ଅଜବ ସ୍ଥିତି ଦେଖିବାକୁ ମିଳିଛି। ଚଳିତମାସ ୨ ତାରିଖରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ପିଲା ସ୍କୁଲ୍‌କୁ ଆସୁନାହାନ୍ତି। ପରିସଂଖ୍ୟାନ ଅନୁଯାୟୀ ଏହି ୩ଟି ବିଦ୍ୟାଳୟରେ ୯୮୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମାତ୍ର ୬୧ଜଣ ସ୍କୁଲ୍‌କୁ ଆସିଛନ୍ତି। ତେବେ, ଯେଉଁ କାରଣ ପାଇଁ ଏତେସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଛନ୍ତି ତାହା ଉଦ୍‌ବେଗଜନକ। ନିଜ ଅଞ୍ଚଳରେ ଯାତ୍ରା ଚାଲିଥିବାରୁ ଛାତ୍ରଛାତ୍ରୀ ଆସୁନଥିବା ଜଣାପଡ଼ିଛି। 

ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୯୯ ଜଣ ପିଲା ପଢ଼ୁଛନ୍ତି। ଆଜି ବିଭିନ୍ନ ଶ୍ରେଣୀରେ ମାତ୍ର ୨୯ଜଣ ଉପସ୍ଥିତ ଥିବା ପ୍ରଧାନଶିକ୍ଷକ ଅକ୍ଷୟ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମ ଶିକ୍ଷକମାନେ ସ୍କୁଲ୍‌କୁ ଆସି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଫୋନ୍‌ କରି ଡାକୁଛନ୍ତି। ହେଲେ, ପିଲାମାନେ ଯାତ୍ରା ପାଇଁ ସ୍କୁଲ୍‌କୁ ଆସୁନାହାନ୍ତି। ଖାଲି ଶିବଦୁର୍ଗା ସରକାରୀ ଉଚ୍ଚବିଦ୍ୟାଳୟ ନୁହେଁ,  କାଳୀପୂଜା ଯାତ୍ରା ପାଇଁ ସର୍ବପୁରାତନ ଦାଖା ହାଇସ୍କୁଲରେ ୪୦୩ ପିଲାଙ୍କ ମଧ୍ୟରୁ ୨୦ ଜଣ, ବରେହିପୁର ପ୍ରାଥମିକ ବିଦ୍ୟାଳୟର ୮୦ ଜଣ ପିଲାରୁ ମାତ୍ର ୧୨ଜଣ ଉପସ୍ଥିତ ରହିଛନ୍ତି। ମୋଟାମୋଟି ଭାବେ ହିସାବ କଲେ ଏହି ୩ ବିଦ୍ୟାଳୟର ୯୮୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୬୧ଜଣ ଆସିଛନ୍ତି। 
ଆଗକୁ ମାଟ୍ରିକ୍‌ ଓ ଶ୍ରେଣୀ ପରୀକ୍ଷା ଥିବାବେଳେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ଅନେକ ନାପସନ୍ଦ କରିଛନ୍ତି।

ଏ ନେଇ ଚାନ୍ଦବାଲି ଏନ୍‌ଏସି ଅଞ୍ଚଳର ବିଭିନ୍ନ ସ୍କୁଲ୍‌ର ଶିକ୍ଷକମାନେ ବି ଚିନ୍ତାପ୍ରକଟ କରିଛନ୍ତି। ଏଥି ପାଇଁ ପ୍ରଶାସନ, ପୂଜା କମିଟି ଓ ଅଭିଭାବକମାନେ ଚିନ୍ତା କରିବା କଥା ବୋଲି ଚାନ୍ଦବାଲିର ବଦ୍ରିନାଥ ନାୟକ କହିଛନ୍ତି। କାଳୀପୂଜା ଛୁଟିର ଅବଧିକୁ ନେଇ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କେହି କେହି ମତ ଦେଇଛନ୍ତି। ନଭେମ୍ବର ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ପୂଜା ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲି। ଏହିଭଳି ଲମ୍ବା ପୂଜା ଅବଧିକୁ କାଣ୍ଟଛାଣ୍ଟ କରାଯିବା ଉଚିତ ବୋଲି କହିଛନ୍ତି ଶ୍ରୀ ନାୟକ।
ପୂର୍ବରୁ କେବଳ ଦକ୍ଷିଣେଶ୍ବରୀ କାଳୀଙ୍କ ନିକଟରେ ୩/୪ ରାତି ଯାତ୍ରା ହେଉଥିଲା। ପରେ ଏହାକୁ ୧୨ ରାତି ପାଇଁ ବୃଦ୍ଧି କରାଗଲା। କେବଳ ୫/୬ ରାତି ପର୍ଯ୍ୟନ୍ତ ଅପେରା ସୋ’ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅମିୟ ରଞ୍ଜନ ସାହୁ, ଅମୂଲ୍ୟ ସାହୁ, ସୁବାସ ଦାସ, ନିରଞ୍ଜନ ଦାସ, ଅଜିତ୍ କୁମାର ନାୟକ ପ୍ରମୁଖ ଦାବି କରିଥିଲେ। ତେବେ ଏଭଳି ଦାବି ପ୍ରତି ଗୁରୁତ୍ବ ଦିଆଯାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe