ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ଦ୍ୱାରା ଶିଶୁ ଦିବସ ଅବସରରେ ଡିଜିଟାଲ ପ୍ଲାଟଫର୍ମରେ ଆୟୋଜିତ 'ଶିଶୁଙ୍କ କରକମଳେ' କାର୍ଯ୍ୟକ୍ରମକୁ ଆରଆଇଇ ଭୋପାଳର ଅଧ୍ୟକ୍ଷ ଡ଼ା. ନିତ୍ୟାନନ୍ଦ ପ୍ରଧାନ ଉଦଘାଟନ କରିଥିଲେ। ଅଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଆଶୁତୋଷ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ମୁଖ୍ୟବକ୍ତା ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ଏବିଇଓ ଜୟକୁମାର ମାଝୀ, ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ, ସମ୍ବାଦର ଜିଲ୍ଲାପ୍ରତିନିଧି ଦେବେନ୍ଦ୍ର ବିଶି ଯୋଗ ଦେଇଥିଲେ। ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କ୍ଲଷ୍ଟର ସଂଯୋଜିକା ମିନତୀ ପ୍ରଧାନ। ସଭା ପରିଚାଳନା କରିଥିଲେ ଯୁବ ଶିକ୍ଷକ ଡିଲେଶ୍ୱର ରଣା। ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ରୁବିତାଞ୍ଜଳି ପଣ୍ଡା। ଏଥିରେ କ୍ଲଷ୍ଟରର ୪୦ରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଅଟାଙ୍ଗଗୁଡା କ୍ଲଷ୍ଟର ପକ୍ଷରୁ ଶିଶୁ ଦିବସ ପାଳିତ
Advertisment
Follow Us