ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲା : ତଦାରଖ ଦାୟିତ୍ବ ପାଇଁ ପ୍ରସ୍ତାବ

Advertisment
ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ମାମଲା : ତଦାରଖ ଦାୟିତ୍ବ ପାଇଁ ପ୍ରସ୍ତାବ

କଟକ : ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ପଦକ୍ଷେପ ତଦାରଖ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ବ ପ୍ରଦାନ କରିବା ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି।

ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଚିଲିକା ଓ ଭିତରକନିକାର ସୁରକ୍ଷା, ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଓ କେନ୍ଦ୍ରାପଡାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଂଗରେ ଶୁଣାଣି ହୋଇଥିଲା। ଏହି ସବୁ ପ୍ରସଂଗରେ ସଂପୃକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଧାରା ଅନୁଧ୍ୟାନ ପାଇଁ ଜଙ୍ଗଲ ବିଭାଗ ଅତିିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ଦିଆଯିବା ନେଇ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସରକାରଙ୍କ ଏପରି ପ୍ରସ୍ତାବ ଉପରେ ଶୁଣାଣି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe