ଚିଲିକାରେ ନୌକା ବୁଡ଼ି ଘଟଣା: ବୁଦ୍ଧି ଓ ସାହସ ପାଇଁ ନାବାଳକକୁ ସାବାସି

Advertisment
ଚିଲିକାରେ ନୌକା ବୁଡ଼ି ଘଟଣା: ବୁଦ୍ଧି ଓ ସାହସ ପାଇଁ ନାବାଳକକୁ ସାବାସି

NDTV.com

ବାଲୁଗାଁ: ଚିଲିକାରେ ନୌକାବୁଡ଼ି ଘଟଣାକୁ ତିନିଦିନ ପୂରିଯାଇଛି। ମାତ୍ର, ଜଣେ ନାବାଳକ ‌ଯେଉଁଭଳି ଭାବେ ସାହସିକତା ପ୍ରଦର୍ଶନ କରିଥିଲେ, ତାହାର ଚର୍ଚ୍ଚା ଥମୁନି। ସେ ହେ‌ଲେ, ବଡ଼କୁଳ ଗ୍ରାମର ଶୁକଦେବ ଭୁଜବଳଙ୍କ ପୁଅ ଅବିନାଶ (୧୨ବର୍ଷ)। ଏବେ ସେ ଆଙ୍କୁଲା ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଘଟଣା ଦିନ ସେ ନିଜର ବୁଦ୍ଧି ଓ ସାହସ ବଳରେ ୫ ଜଣଙ୍କୁ ବଞ୍ଚାଇ ପାରିଥିଲେ।

ଏହି ଡଙ୍ଗା ବୁଡ଼ି ସମ୍ପର୍କରେ ବି ନିଜର ଅନୁଭୂତି ବଖାଣିଛନ୍ତି ଅବିନାଶ। ସେ କହିଛନ୍ତି, ନିଜ ପରିବାର ସହ ଗାଁକୁ ଫେରୁଥିଲାବେଳେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପିଲାବେଳୁ ସେ ପହଁରା ଜାଣିଥିବାରୁ ମନରେ ସାହସ ଥିଲା। ଯେତେବେଳେ ଡଙ୍ଗା ବୁଡ଼ି ଯାଉଥିଲା, ସେ ଏକ ବାଉଁଶ ବାହାର କରି ପାଣିକୁ ପକାଇ ଦେଇଥିଲେ। ଫଳରେ, ତାଙ୍କ ମାଆ, ସାନଭାଇ ଓ ୩ ଜଣ ମହିଳା ସେହି ବାଉଁଶକୁ ଧରି ପହଁରିପହଁରି କୂଳରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ। କୂଳରେ ପହଞ୍ଚିବା ପରେ ପାଟିକରି ଡାକିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହ‌ଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ ବୋଲି ଅବିନାଶ କହିଛନ୍ତି। ଏହି ସାହସିକ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ଅବିନାଶଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe