କରୋନା ସନ୍ଦେହରେ ଫୁଲବାଣୀ ଡାକ୍ତରୀ ଛାତ୍ର ଏସ୍‌ସିବିରେ : ପରୀକ୍ଷା ପାଇଁ ପଠାଗଲା ରକ୍ତ-ଲାଳ ନମୁନା

ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ଼ରେ ରଖି ଚିକିତ୍ସା, ଏସ୍‌ସିବିରେ ୬୬ଟି ଶଯ୍ୟା ଓ ୮ଟି ଆଇସିୟୁର ବ୍ୟବସ୍ଥା

କରୋନା ରିପୋର୍ଟ ନେଗେଟିଭ୍‌, ଏସ୍‌ସିବିରୁ ଘରକୁ ଫେରିଲେ କଟକ ଛାତ୍ରୀ

Times of India

କଟକ : କରୋନା ଭାଇରସ୍‌ ଆକ୍ରାନ୍ତ ସନ୍ଦେହରେ ଚୀନରେ ପଢୁଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ସ୍ବତନ୍ତ୍ର ଆଇସୋ‌ଲେସନ୍‌ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏଥିସହ ଆଜି ତାଙ୍କର ରକ୍ତ, ନାଜାଲ ସ୍ବାବ୍‌ ଓ ଗଳାର ସ୍ବାବ୍‌ ଆଦିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ସ୍ଥିତ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)କୁ ପଠାଯାଇଛି। ସେଠାରୁ ଉକ୍ତ ନମୁନା ପୁନେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭ‌ାଇରୋଲୋଜି(ଏନ୍ଆଇଭି)କୁ ପଠାଯିବ ଏବଂ ରିପୋର୍ଟ ଆସିବାକୁ ୩/୪ଦିନ ସମୟ ଲାଗିବ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‌ ତାଙ୍କ ଅବସ୍ଥା ମଧ୍ୟ ଭଲ ଅଛି; ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯେହେତୁ ଚୀନରୁ ଆସିଛନ୍ତି ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ଚୀନ୍‌ରେ ଶେଷ ବର୍ଷ ଡାକ୍ତରୀ ପଢ଼ୁଥିବା କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀର ଏହି ଛାତ୍ର ଜଣକ ଗତ ଜାନୁଆରି ୧୧ରେ ଘରକୁ ଫେରିଥିଲେ। ‌ସେତେବେଳେ ଚୀନ୍‌ରେ କରୋନା ଭାଇରସ୍‌ ବ୍ୟାପିଥିବା ନେଇ କୌଣସି ସୂଚନା ନ ଥିଲା। ହେଲେ ୧୫ ତାରିଖ ପରେ ଚୀନ୍‌ରେ କରୋନା ଭାଇରସ୍‌ ବ୍ୟାପିଥିବା ଖବର ଆସିଥିଲା। ଦୁଇ ତିନି ଦିନ ହେଲା ତାଙ୍କୁ ଥଣ୍ଡା ଓ କାଶ ହେଉଥିଲା। ଔଷଧ ଖାଇଲେ ବି ସୁସ୍ଥ ନ ହେବାରୁ ସେ ନିଜେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା‌ଳୟରେ ପହଞ୍ଚି ତାଙ୍କ ରକ୍ତ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ। ତେବେ ସେଠାରେ ପରୀକ୍ଷା ସୁବିଧା ନଥିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନା ପଠାଯିବା ବ୍ୟବସ୍ଥା କରାଯାଇଥିଲା। ଗତକାଲି ରାତିରେ ସେ ଏସ୍‌ସିବିରେ ଆସି ପହଞ୍ଚିବା ପରେ ତାଙ୍କୁ ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ଚିକିତ୍ସା ଆରମ୍ଭ ‌ହୋଇଥିଲା।

କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ପାଇଁ ଏସ୍‌ସିବିରେ ୬୬ଟି ଶଯ୍ୟା ଓ ୮ଟି ଆଇସିୟୁର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବତନ୍ତ୍ର ବିଶେଷଜ୍ଞ ଟିମ ଗଠନ ହୋଇଛି। ଅତିରିକ୍ତ ଅଧୀକ୍ଷକ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଟିମ୍‌ର ନୋଡାଲ ଅଫିସର ପଲ୍ୟୁମୁନାରୀ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ରହିଥିବା ବେଳେ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ, କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ, ଇନ୍‌ଟି ବିଭାଗ ମୁଖ୍ୟ, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ଏହି ୱାର୍ଡ ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe