ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ବ୍ରହ୍ମପୁର: ସ୍ବତନ୍ତ୍ର ଚିଟ୍‌ଫଣ୍ଡ୍‌ କୋର୍ଟ ଜଜ୍‌ ଟଙ୍କା ଠକେଇ ମାମଲାର ଶୁଣାଣି କରି ଏକ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ମ୍ୟାନେଜର୍‌ଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୬୯ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ଚୂଡ଼ାନ୍ତ ରାୟ ଦେଇଛନ୍ତି।

ବ୍ରହ୍ମପୁର ସହରର ଜନାନା ହସ୍ପିଟାଲ୍‌ ରୋଡ଼ରେ କୋଲକାତାର ଚନ୍ଦ୍ରକାନ୍ତ ଭାରଗବ ଗୋଲେ ନାମକ ଜଣେ ବ୍ୟକ୍ତି ରାମକ୍ରିଷ୍ଣା ‌ଇଲେକ୍‌ଟ୍ରୋ କଣ୍ଟ୍ରୋଲ୍‌ ଲିମିଟେଡ୍‌ ନାମକରେ ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ। ସଂସ୍ଥାରେ ଟଙ୍କା ଜମା କଲେ ଲୋକଙ୍କୁ ଅଧିକ ହାରରେ ସୂଧ ମିଳିବ ବୋଲି ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଚନ୍ଦ୍ରକାନ୍ତ ପ୍ରତିଶ୍ରୁତି ଦେଇଥିଲେ। ବ୍ରହ୍ମପୁର ଶାଖାର ମ୍ୟା‌ନେଜର ଭାବେ ସୁରେଶ ପାଢ଼ୀ କାମ କରୁଥିଲେ। ବହୁ ଜମାକାରୀ ଏହି ସଂସ୍ଥାରେ ଟଙ୍କା ଜମା କରିଥିଲେ। କିନ୍ତୁ ମାଚ୍ୟୁରିଟି ପରେ ତାଙ୍କୁ ଟଙ୍କା ମିଳି ନଥିଲା। ଏପରିକି ମୂଳ ରାଶି ମଧ୍ୟ ମିଳି ନଥିଲା। ଫଳରେ ବହୁ ଜମାକାରୀ ଗତ ୨୦୧୪ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଗୋଇଲୁଣ୍ଡିର ଲକ୍ଷ୍ମୀପ୍ରିୟା ମହାନ୍ତି ଓ ଝିଅ ନିବେଦିତା ମହାନ୍ତି ମଧ୍ୟ ଏହି ସଂସ୍ଥାରେ ୩ଲକ୍ଷ ୨୫ହଜାର ଟଙ୍କା ଜମା କରିଥିଲେ। ସେମାନେ ମଧ୍ୟ ଟଙ୍କା ଫେରି ନପାଇବାରୁ ସଂସ୍ଥା ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ଚନ୍ଦ୍ରକାନ୍ତ ଓ ସୁରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାର ବିଚାରଣା ବେଳେ ମୋଟ ୧୩ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ସଂସ୍ଥାର ଏମ୍‌ଡି ଓ ମ୍ୟାନେଜରଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ବିଜୟ ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe