ଚିଟ୍‌ଫଣ୍ଡ ଠକେଇ: ୩ ନିର୍ଦ୍ଦେଶକଙ୍କୁ ଜେଲ୍

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବାଲେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ‘ସାଇନ୍ ଇଣ୍ଡିଆ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ୩ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୧ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ୱଜିତ ଦାସ। ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂସ୍ଥାର ତିନି ନିର୍ଦ୍ଦେଶକ ହେଲେ ବିଜୟ କୁମାର ଜେନା, କାଦୁ ମାରାଣ୍ଡି ଓ ସୋମନାଥ ନାୟକ।

ସୂଚନା ମୁତାବକ, ୨୦୧୩ ମସିହାରେ ଏହି ଠକ ସଂସ୍ଥା ଅଧିକ ଅର୍ଥ ମିଳିବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲା। ପରେ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଖୋଲିଥିବା ଅଫିସ୍‌କୁ ବନ୍ଦ କରିଦିଆଯାଇଥିଲା। ଏହା ଜାଣିବା ପରେ ଜମାକାରୀମାନେ ବେତନଟୀ ଥାନାର ଦ୍ବାରସ୍ଥ ହୋଇଥିଲେ। ଆର୍ଥିକ ହେରଫେର୍‌ ମାମଲାରେ ଉକ୍ତ ଠକ ସଂସ୍ଥା ନାମରେ ମାମଲା ରୁଜୁ କରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା ପୁଲିସ। ସମସ୍ତ ସାକ୍ଷ୍ୟ ଓ ଦସ୍ତାବିଜ୍‌ ପ୍ରମାଣ ଆଧାରରେ ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ସୋମବାର ଏହି ମାମଲାର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe