ଚିଟଫଣ୍ଡ ଠକେଇ ମାମଲା: ପୂର୍ବତନ ବିଧାୟକଙ୍କୁ ରିମାଣ୍ଡ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

Advertisment
ଚିଟଫଣ୍ଡ ଠକେଇ ମାମଲା: ପୂର୍ବତନ ବିଧାୟକଙ୍କୁ ରିମାଣ୍ଡ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

ଭୁବନେଶ୍ବର: ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବାକୁ ଓପିଡ୍ କୋର୍ଟରେ ଆବେଦନ କରିଛି। କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ତିନି ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ଜଣାଯାଇଛି।
ଏହି ସମୟରେ ଠକେଇର ପରିମାଣ, କେତେ ଲୋକଙ୍କୁ ଠକିଛି, ଟଙ୍କା କେଉଁଠି ବିନିଯୋଗ କରିଛି, ସିଷ୍ଟର କମ୍ପାନି, ଗ୍ଲାମର ଲିଙ୍କ, ସହଯୋଗୀଙ୍କ ସମ୍ପୃକ୍ତି ଏବଂ ପାରିବାରିକ ଲିଙ୍କ ସ୍ଥାବର ଆସ୍ଥାବର ସମ୍ପତ୍ତି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଟଙ୍କା /ଆର୍ଥିକ କରବାର ନେଇ ଖୋଳତାଡ଼ ହେବ।
୨୦୧୬ରେ ସିବିଆଇ ତାଙ୍କ କାର୍ଯ୍ୟାଳୟ ଏବଂ ଆବାସିକ ପରିସରରେ ଶହଶହ କୋଟି ଟଙ୍କା ନେଇଥିବା ଚିଟ୍ ଫଣ୍ଡ ସ୍କାମର ଦୁଇଟି ମାମଲାରେ ଖୋଜାଖୋଜି କରିଥିଲା। ଖୋଜାଖୋଜି ବେଳେ କେନ୍ଦ୍ରୀୟ ଏଜେନ୍ସି ତାଙ୍କ ବାସଭବନରୁ ୪୪.୯ ଲକ୍ଷ ଟଙ୍କା ଜବତ କରିଛି। ସେହି ସମୟରେ ପୂର୍ବତନ ବିଧାୟକ ବେସରକାରୀ ସଂସ୍ଥା ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe