ନରସିଂହପୁରରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

ଜମା ଟଙ୍କା ଫେରି ନ ପାଇଲେ ଗଣ ଆନ୍ଦୋଳନ

ନରସିଂହପୁରରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

ନରସିଂହପୁର : ନରସିଂହପୁର ତହସିଲ୍‌ ସମ୍ମୁଖରେ ଆଜି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର କ୍ଷତିଗ୍ରସ୍ତ ଏକ ବିଶାଳ ଶୋଭଯାତ୍ରାରେ ନରସିଂହପୁର ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ସହ ତହସିଲ୍‌ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ସମ୍ମିଳିତ ହୋଇଥିଲେ। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆୟାଜିତ ଏହି ସମାବେଶରେ ଯୋଗ ଦେଇ publive-imageମଞ୍ଚର ବରିଷ୍ଠ ଉପଦେଷ୍ଟା ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଜମା ଟଙ୍କା ଫେରିନପାଇବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଏହାକୁ ବିରାଟ ଗଣ ଆନ୍ଦୋଳନର ରୂପ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ ଦାବି ପୂରଣ ତଥା ନ୍ୟାୟ ପାଇଁ ସମ୍ମିଳିତ ସଂଗ୍ରାମ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ। କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ସଂଯୋଜକ ଜୟନ୍ତ ଦାସ, ସହସଂଯୋଜକ ମଧୁସୂଦନ ବିଶ୍ୱାଳ, ସହ ସଂଗଠିକା ଅନୁରାଧା ସୁବୁଦ୍ଧି ପ୍ରମୁଖ ଯୋଗଦେଇ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ। ପରେ ମଞ୍ଚ ପକ୍ଷରୁ ତହସିଲଦାର ସତ୍ୟସୁନ୍ଦର ରାଉତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe