ଚିଟ୍‌ଫଣ୍ଡ୍‌ କେଳେଙ୍କୋରୀ: ବେତନଟୀରେ ସିବିଆଇ ଖୋଳତାଡ଼

Advertisment
ଚିଟ୍‌ଫଣ୍ଡ୍‌ କେଳେଙ୍କୋରୀ: ବେତନଟୀରେ ସିବିଆଇ ଖୋଳତାଡ଼

ବେତନଟୀ : ସିବିଆଇ କେଳେଙ୍କାରୀ ଘଟଣାରେ ଆଜି ସିବିଆଇ ମୟୂରଭଞ୍ଜର ବେତନଟୀଠାରେ ଖୋଳତାଡ଼ କରିଛି। ସିବିଆଇ ଡିଏସ୍‌ପି ବିଜୟ କୁମାର ଆଇଚଙ୍କ ନେତୃତ୍ୱରେ ସିବିଆଇର ଏକ ସ୍ବତନ୍ତ୍ର ଦଳ ବେତନଟୀ ଥାନାରେ ପହଞ୍ଚି ବିଭିନ୍ନ ଚିଟ୍‌ଫଣ୍ଡରେ ଟଙ୍କା ନିବେଶ କରି ପୁଞ୍ଜି ହରାଇଥିବା ବ୍ୟକ୍ତିମାନଙ୍କର ଦସ୍ତାବିଜ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି। ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଚିଟ୍‌ଫଣ୍ଡ କାରବାର ସମ୍ପର୍କରେ ଅଧିକ ‌େଖାଳତାଡ଼ ପାଇଁ ଆଜି ସିବିଆଇ ଟିମ୍‌ ଆସିଥିବା କୁହାଯାଉଛି। ଏହି ମାମଲା ସିବିଆଇକୁ ଯିବା ପରେ ସିବିଆଇରେ ଦଫା ୪୨୦, ୪୦୬, ୪୬୭, ୪୬୮, ୪୭୧, ୧୨୦(ଖ)ରେ ଘଟଣାର ତଦନ୍ତ କରୁଛି। ବେତନଟୀରେ ସିସୋର, ମର୍ଣ୍ଣିଂ ଷ୍ଟାର ଓ ଅହୁରି ଅନେକ ଚିଟ୍‌ଫଣ୍ଡ ସଂସ୍ଥା ସକ୍ରିୟ ଥିଲେ ଓ ଏଥିରେ ବହୁ ନାମିଦାମି ବ୍ୟକ୍ତିତ୍ୱ ସାମିଲ ଥିଲେ ବି, ଏବେ ମଧ୍ୟ ପୋଲିସ, କ୍ରାଇମବ୍ରାଞ୍ଚ ଓ ସିବିଆଇ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନଥିବା କୁହାଯାଉଛି। ଏପରିସ୍ଥଳେ, ସିବିଆଇର ଖୋଳତାଡ଼ ଜମାକାରୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe