ପୁଣି ଚିଟ୍‌ଫଣ୍ଡ; ଏଥର ଅନ୍‌ଲାଇନ୍‌ରେ: ଠକିନେଲେ ୬୦ କୋଟି

Advertisment

କଟକରୁ ବାରିପଦା, ରାଉରକେଲା ପର୍ଯ୍ୟନ୍ତ ଲମ୍ବିଛି କ୍ଷତିଗ୍ରସ୍ତଙ୍କ ତାଲିକା

କଟକରୁ ବାରିପଦା, ରାଉରକେଲା ପର୍ଯ୍ୟନ୍ତ ଲମ୍ବିଛି କ୍ଷତିଗ୍ରସ୍ତଙ୍କ ତାଲିକା

ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

Patrika

କଟକ : ପ୍ରତି ୧ ହଜାର ଟଙ୍କା ଜମାରେ ମାସକୁ ମିଳିବ ୯୯୪ ଟଙ୍କା ସୁଧ। ଅନ୍‌ଲାଇନ୍‌ରେ ଏଭଳି ଲୋଭନୀୟ ପ୍ରତିଶ୍ରୁତ ଦେଇ ଏକ ସଂସ୍ଥା ରାଜ୍ୟରୁ ୬୦ କୋଟିରୁ ଅଧିକ ଟଙ୍କା ଠକି ନେଇଛି। କ୍ଷତିଗ୍ରସ୍ତ ଜମାକାରୀ ଆଜି କ୍ରାଇମବ୍ରାଞ୍ଚ ସାଇବର‌୍‌ ସେଲରେ ଠକେଇକୁ ନେଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ବିଦେଶର ଏକ ଠକ ସ˚ସ୍ଥା ନକଲି ୱେବସାଇଟ୍‌ ପ୍ରସ୍ତୁତ କରି ଜମାକାରୀଙ୍କ ନିକଟରୁ ଗଲା ଏକ ବର୍ଷ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ତରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ୱେବସାଇଟ୍‌ ପ୍ରସ୍ତୁତ କରି ଏକ ଅନଲାଇନ୍‌ ସ˚ସ୍ଥା ମାସକୁ ୧ ହଜାର ଟଙ୍କା ଜମା କଲେ ମାସ ଶେଷରେ ୧୯ ଶହ ୯୪ ଟଙ୍କା ସୁଧ ସହିତ ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଅର୍ଥାତ ପ୍ରତି ହଜାର ଟଙ୍କା ଲଗାଇଲେ ସୁଧ ୯ଶହ ୯୪ ଟଙ୍କା ମାସ ଶେଷରେ ମିଳୁଥିଲା। ଏଥିରେ ଓରିଏଣ୍ଟାଲ୍‌ ଇନସ୍ୟୁରାନ୍ସକୁ ଗ୍ୟାରେଣ୍ଟର ପକାଯାଇଥିବା ସ˚ସ୍ଥା ପକ୍ଷରୁ ଦର୍ଶାଯାଇଥିଲା। ତେଣୁ ଜମାକାରୀମାନେ ଅଧିକ ବିଶ୍ବାସ କରି ଯାଇଥିଲେ। ଜମାକାରୀମାନେ ସ˚ସ୍ଥାର େଵବସାଇଟ୍‌ https://www.camvip.inରେ ନିଜର ମୋବାଇଲ୍‌ ନମ୍ବର ଓ ଆଧାର କାର୍ଡ ନମ୍ବର ମାଧ୍ୟମରେ ଏକ ଆକାଉଣ୍ଟ ଖୋଲି ଟଙ୍କା ଜମା କରିଥିଲେ। ଏହି େଵବସାଇଟର ଵାଲେଟରେ ହିଁ ସୁଧ ସହିତ ମୂଳ ଟଙ୍କା ମାସ ଶେଷରେ ଆସୁଥିଲା। ଜମାକାରୀଙ୍କ ଟଙ୍କା ମୁଖ୍ୟତଃ ନାଇଜେରିଆରେ ପ୍ଲଟି˚ କିଣିବା, ଅଷ୍ଟ୍ରେଲିଆରେ କୋଠା ନିର୍ମାଣ, ଆଫ୍ରିକାରେ ପାଣି ପିଇବା ଯୋଗ୍ୟ କରିବାପାଇଁ ମେସିନ୍‌ ବସାଇବା ଇତ୍ୟାଦିରେ ଲଗାଯାଉଥିବା ସଂପର୍କରେ ବିଭିନ୍ନ ଡିଜିଟାଲ୍‌ ବିଜ୍ଞାପନ ମାଧ୍ୟମରେ ଦେଖାଇ ଜମାକାରୀଙ୍କୁ ପ୍ରଭାବିତ କରାଯାଇଥିଲା। ଏହି ଟଙ୍କା ବିଦେଶରେ ଲଗାଯାଉଥିବାରୁ ସୁଧ ପ୍ରତି ମାସରେ ମୋଟା ଅଙ୍କରେ ଆସୁଥିବା କୁହାଯାଇଥିଲା। ଏ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଏହି ସ˚ସ୍ଥା ହ୍ବାଟସଆପରେ ଲିଙ୍କ୍‌ ସେୟାର କରୁଥିଲା। ଚେନ୍‌ ସିଷ୍ଟମରେ ଏହି କାରବାର ଚାଲିଥିଲା। ଜଣେ ଜମାକାରୀ ଯଦି ଏହି ଲିଙ୍କ୍‌ କାହାରିକୁ ସେୟାର କରୁଥିଲେ ଏବ˚ ଲିଙ୍କ୍‌ ପାଇଥିବା ବ୍ୟକ୍ତି ଯଦି ସ˚ସ୍ଥାରେ ଟଙ୍କା ଲଗାଉଥିଲେ ତେବେ ଲିଙ୍କ୍‌ ପଠାଇଥିବା ଲୋକଟି ୪୦ ଟଙ୍କା କମିସନ୍‌ ପାଉଥିଲା।

publive-image Representative image

ସୂଚନା ଅନୁସାରେ, ରାଜସ୍ଥାନର ଜିତୁ ସି˚ହ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଗଲା ୪ ମାସ ତଳେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାର ଆଦିତ୍ୟ ସି˚ହଙ୍କ ମୋବାଇଲକୁ ଲିଙ୍କ ଆସିଥିଲା। ସେ ଲିଙ୍କ୍‌ ପାଇଲା ପରେ ଗଲା ୪ ମାସ ଭିତରେ ପାଖାପାଖି ୨ ହଜାର ୫୦୦ ଲୋକଙ୍କୁ ଲିଙ୍କ୍‌ ପଠାଇଥିଲେ। କ୍ରମାଗତ ଭାବେ ଏହି ଲିଙ୍କ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ତାଟ, ରାଇରଙ୍ଗପୁର, ବାରିପଦା ଅଞ୍ଚଳରେ ପାଖାପାଖି ୭୦୦ ଲୋକ ଏଭଳି ଲିଙ୍କ୍‌ ପାଇ ଟଙ୍କା ଜମା କରିଥିଲେ। ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୨୦୦, ନୟାଗଡ଼ ଜିଲ୍ଲାରେ ପ୍ରାୟ ୪୦୦, କଟକ ଜିଲ୍ଲାରେ ୧୦୦ରୁ ଅଧିକ, ଝାଡ଼ଖଣ୍ତରେ ପ୍ରାୟ ୬୦୦ ପାଖାପାଖି ଜମାକାରୀ ଏଭଳି ଅନଲାଇନ୍‌ ସ˚ସ୍ଥାରେ ୬୦ କୋଟିରୁ ଅଧିକ ଟଙ୍କା ଜମା କରିଥିବା କଟକର ଜଣେ କ୍ଷତିଗ୍ରସ୍ତ ଅବିନାଶ ସତ୍ୟପ୍ରକାଶ ସୂଚନା ଦେଇଛନ୍ତି। ଜମାକାରୀମାନେ ହ୍ବାଟସଆପ୍ ଗ୍ରୁପ କରିଥିବାରୁ ଏହି ଗ୍ରୁପରୁ ହିଁ ଜମାକାରୀଙ୍କ ସଂଖ୍ୟା ସାମନାକୁ ଆସିପାରିଛି। ଗଲା ଅକ୍ଟୋବର ୧୦ ତାରିଖ ପରଠାରୁ ଆଉ କୌଣସି ଜମାକାରୀ ସ˚ସ୍ଥାର ଵାଲେଟରୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିପାରିଲେ ନାହିଁ। ଉକ୍ତ ଓ୍ବେବସାଇଟର ଲିଙ୍କ ଖୋଲିଲା ନାହିଁ। ଏକ ପ୍ରକାର ଅଚଳ ହୋଇଗଲା। ପାଖାପାଖି ୧୫ ଦିନ ହେବ ଜମାକାରୀ ସେମାନଙ୍କ ଟଙ୍କା ଉଠାଇ ପାରୁନଥିବାରୁ ଏହା ଏକ ଠକ ଅନଲାଇନ୍‌ ସ˚ସ୍ଥା ଜଣାପଡ଼ିବା ପରେ ଏବେ ଓଡ଼ିଶା ସମେତ ଝାଡ଼ଖଣ୍ତର ଜମାକାରୀ ବି ସାମନାକୁ ଆସିଲେଣି। ଆଜି ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚକୁ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ ଭଳି ଜିଲ୍ଲାର ଜମାକାରୀମାନେ ଆସିଥିବା ବେଳେ ଝାଡ଼ଖଣ୍ତର ଜମାକାରୀ ବି କଟକ କ୍ରାଇମବ୍ରାଞ୍ଚରେ ଏତଲା ଦେବାକୁ ଯୋଜନା କରୁଛନ୍ତି। ବାରିପଦା ଖୁଣ୍ଟାର ଆଦିତ୍ୟ କୁମାର ସି˚ହ, କରଞ୍ଜିଆର ମାନସ ରଞ୍ଜନ ସେଠୀ, ଅବଦୁଲ୍‌ ରଜାକ, ତପନ କୁମାର ପାତ୍ର, କଟକ ମଙ୍ଗଳାବାଗର ଅବିନାଶ ସତ୍ୟପ୍ରକାଶ, କେନ୍ଦ୍ରାପଡ଼ାର ତପୁନ କୁମାର, ଶୁଭେନ୍ଦୁ କୁମାର ପ୍ରଧାନ ପ୍ରମୁଖ ଜମାକାରୀ ଏତଲା ଦେଇଛନ୍ତି। ଠକେଇର ପରିମାଣ ଆହୁରି ବୃଦ୍ଧି ପାଇ ପାରେ ବୋଲି କ୍ଷତିଗ୍ରସ୍ତ ଜମାକାରୀ ଅବିନାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe