ଚିଟ୍‌ଫଣ୍ତ ମାମଲା: ଅନ୍ବେଷାର ନିର୍ଦ୍ଦେଶକଙ୍କ ସହ ୩ ଜଣଙ୍କୁ ଜେଲ୍‌ଦଣ୍ଡ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ବାଲେଶ୍ବର : ବାଲେଶ୍ବରସ୍ଥିତ ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ବଜିତ ଦାସ ଆଜି ଠକ ସଂସ୍ଥା ଅନ୍ବେଷା ଇନ୍ ଇଣ୍ଡିଆ ଲିମିଟେଡ୍‌ର ୩ ଜଣ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି। ସଂସ୍ଥାର ବାଲେଶ୍ବର ଶାଖା ମ୍ୟାନେଜର ପ୍ରଣୟ କୁମାର ବେହେରା ଏବଂ ଅଫିସ୍‌ କର୍ମଚାରୀ ଅଭିମନ୍ୟୁ ମହାପାତ୍ରଙ୍କୁ ଧାରା ୪୨୦, ୪୦୬, ୧୨୦ରେ ୩ ବର୍ଷ ଲେଖାଁଏ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହାସହ ସଂସ୍ଥାର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କୁ ଚିଟ୍‌ଫଣ୍ଡ ଆଇନ୍‌ର ୬ ଧାରାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨ ଲକ୍ଷ ୪୦ ହଜାର ଜରିମାନା କରାଯାଇଛି। ଯାହା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି।

ମାନ୍ୟବର ବିଚାରପତି ଶ୍ରୀ ଦାସ ୧୬ ଜଣ ସାକ୍ଷୀଙ୍କ ବୟାନ ଏବଂ ୫୪ଟି ଦସ୍ତାବିଜ୍‌କୁ ଭିତ୍ତି କରି ଦଣ୍ଡାଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଚିଟ୍‌ଫଣ୍ଡ ଅଦାଲତର ସ୍ବତନ୍ତ୍ର ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe