ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

Advertisment
ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା: ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଅପରାହ୍ନରେ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଥିଲା। ସଂଧ୍ୟା ୫ଟାରେ ମହାସ୍ନାନ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ଦ୍ୱାରଫିଟା, ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ପରେ ଅପରାହ୍ନ ଗୋଟାଏ ୪୫ରେ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହୋଇ ଦଇତାମାନଙ୍କ ମନ୍ଦିର ପ୍ରବେଶ ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୨ଟା୧୫ରେ ଦଇତା ପ୍ରବେଶ ପରେ ଅପରାହ୍ନ ୪ଟା୨୫ରେ ଚିତା ଲାଗି ନୀତି ଶେଷ ହୋଇଥିଲା। ମହାପ୍ରଭୁ ମଥାରେ ସୁବର୍ଣ୍ଣ ଚିତା ପରିଧାନ କରିଥିବା ବେଳେ ସ୍ୱତନ୍ତ୍ର ଚିତଉ ପିଠା ଲାଗି ହୋଇଥିଲା। ମହାସ୍ନାନ ପରେ ଶ୍ରୀମନ୍ଦିରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe