୧୩କୁ ଘୁଞ୍ଚିଲା ଚିଟ୍‌ଫଣ୍ଡ ଶୁଣାଣି

Advertisment
ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୩ରେ କରିବେ ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ ସି.ଟି ରବିକୁମାରଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ତେବେ ସମୟ ଅଭାବରୁ ମାମଲାର ଶୁଣାଣି ହୋଇପାରିନଥିଲା। ଆବେଦନକାରୀ ପିନାକ ପାଣି ମହାନ୍ତିଙ୍କ ଓକିଲ ଜିତେନ୍ଦ୍ର କୁମାର ମହାପାତ୍ର ଖଣ୍ଡପୀଠକୁ ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଶୀଘ୍ର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କଲା ପରେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୩କୁ ନିର୍ଦ୍ଧାରଣ କରିଥିଲେ।

ରାଜ୍ୟରେ ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଗତ ବର୍ଷ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ସୁପ୍ରିମକୋର୍ଟ ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ଦ୍ବାରା ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ସରକାର ଓ ସିବିଆଇକୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ଶ୍ରୀ ମହାନ୍ତିଙ୍କ ଦ୍ବାରା ଜନସ୍ବାର୍ଥ ମାମଲା ଦାଖଲ କରାଯିବା ପରେ ଚିଟ୍‌ଫଣ୍ଡ ଠକେଇର ଶିକାର ଗଞ୍ଜାମ ଜିଲ୍ଲାର ୨୬ ଜମାକାରୀ ଟଙ୍କା ଫେରସ୍ତ ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଉଭୟ ମାମଲାର ଏକତ୍ର ଶୁଣାଣି ଆସନ୍ତା ୧୩ରେ ହେବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe