୧୦ ହଜାରରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ବା କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ : ଅର୍ଥମନ୍ତ୍ରୀ

Advertisment
୧୦ ହଜାରରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ବା କ୍ଷତିପୂରଣ ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ : ଅର୍ଥମନ୍ତ୍ରୀ

File Photo

ଭୁବନେଶ୍ବର: ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଚିଟଫଣ୍ଡ ସଂସ୍ଥାଗୁଡ଼ିକ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜମାକରୀଙ୍କୁ କ୍ଷତିପୂରଣ ଦିଆଯିବା ପ୍ରସଙ୍ଗରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏଯାବତ୍  କେବଳ ସ୍ବଳ୍ପ ଜମାକାରୀଙ୍କୁ ହିଁ ଚିହ୍ନଟ କରାଯିବା ସହ ସେମାନଙ୍କୁ କ୍ଷତିପୁରଣ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି। ୧୦,୦୦୦ ଟଙ୍କାରୁ ଅଧିକ ହରାଇଥିବା ଜମାକାରୀଙ୍କ ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ।  ଆଜି ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ। କେତେ ଜଣ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିଛି କ୍ଷତିପୂରଣ? ଏପରିକି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାକୁ ଆଉ କେତେ ଦିନ ସମୟ ଲାଗିବ ଓ ୭ ବର୍ଷ ତଦନ୍ତ ମଧ୍ୟରେ କମିଶନଙ୍କ ବାବଦରେ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏ ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ରଖିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିଶନ ଏହାମଧ୍ୟରେ ୩ ଲକ୍ଷ ୯୧ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିବା ବେଳେ ୭ଗୋଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିଶନଙ୍କ ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହାବାଦ୍ ୧୦ ହଜାରରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ବା କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ସେହିଭଳି ତଦନ୍ତ କମିଶନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ୨୦୨୦ ଜାନୁଆରି ଶେଷ ସୁଦ୍ଧା ମୋଟ ୬,୧୯,୭୨,୫୩୮ଟଙ୍କା ଖର୍ଚ୍ଚ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe