ଚିଟ୍‌ଫଣ୍ଡ ଦୁର୍ନୀତିରେ ୧୮୯ ଅଭିଯୁକ୍ତ, ମାତ୍ର ୨୪ଜଣ ଜେଲ୍‌ରେ ଅଛନ୍ତି

Advertisment
ଗୋଲ୍‌ଡେନ୍‌ ଲୋନ ଚିଟ୍‌ଫଣ୍ଡ ମାମଲା: ୨୭ହଜାର ଠକେଇ ଶିକାର, ୫%ଙ୍କୁ ନ୍ୟାୟ

Patrika

ଭୁବନେଶ୍ବର : ରାଜ୍ୟର ଅନ୍ୟତମ ବଡ଼ ଦୁର୍ନୀତି ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ୧୮୯ଜଣଙ୍କ ବିରୋଧରେ ରାଜ୍ୟ ଅର୍ଥ‌େନୖତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ହେଲେ ସେମାନଙ୍କ ମଧ୍ୟରୁ ୨୪ଜଣ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର କୌଣସି ଚିଟଫଣ୍ଡ କମ୍ପାନିଙ୍କୁ ଜମା ସଂଗ୍ରହ ନିମନ୍ତେ ମଞ୍ଜୁରି ଦେଇନାହାନ୍ତି। ଓପିଆଇଡି ଅଧିନିୟମ ଅନୁଯାୟୀ ମେସର୍ସ ରୋଜ୍‌ ଭ୍ୟାଲି କମ୍ପାନି ସମୂହର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବାବେଳେ କମ୍ପାନିର ୨,୩୮,୪୭୭ଜଣ କ୍ଷୁଦ୍ର ଜମାକାରୀଙ୍କୁ ସଂପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ସେମାନଙ୍କ ଜମାରାଶି ଫେରସ୍ତ ପ୍ରକ୍ରିୟା ଚାଲିଛି।

ଏହାବାଦ୍ ମେସର୍ସ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନି, ମେସର୍ସ ହାଇଟେକ୍ ଇଷ୍ଟେଟ୍‌ସ ଗ୍ରୁପ୍ ଅଫ୍ କମ୍ପାନି ଯଥା ହାଇଟେକ୍ ଇଷ୍ଟେଟ୍‌ସ ଓ ପ୍ରମୋଟରସ୍‌ ପ୍ରାଇଭେଟ ଲିମିଟେଡ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେଟ୍‌ସ ପ୍ରାଇଭେଟ୍ ଲିମିଟେଡ କମ୍ପାନିର ଜମାକାରୀମାନଙ୍କ ଠାରୁ ଅନଲାଇନ୍ ମାଧ୍ୟମରେ ଦାବି ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏବେ ମେସର୍ସ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନିର ଜମାକାରୀମାନେ ଦାଖଲ କରିଥିବା ଆବେଦନ ପତ୍ରରେ ପ୍ରଦତ୍ତ ତଥ୍ୟର ସତ୍ୟାସତ୍ୟ ଯାଞ୍ଚ ଓ ପ୍ରକୃତ ଜମାକାରୀ ଚିହ୍ନଟ ନିମନ୍ତେ ତହସିଲୱାରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ତିନିଜଣିଆ କ୍ଷେତ୍ରୀୟ ତଦନ୍ତ ଟିମ୍‌ ଦ୍ବାରା ତଦନ୍ତ ଚାଲିଛି। ହାଇଟେକ୍ ଇଷ୍ଟେଟ୍‌ସ ଓ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ମେସର୍ସ ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେଟ୍‌ସ ପ୍ରାଇଭେଟ ଲିମିଟେଡ କମ୍ପାନିର ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପାଇଁ କ୍ଷେତ୍ରୀୟ ତଦନ୍ତ ଖୁବ୍‌ ଶୀଘ୍ର କରାଯିବ। କ୍ଷେତ୍ରୀୟ ତଦନ୍ତ ଶେଷ ହେବା ପରେ ବାଜ୍ୟାପ୍ତ ସମ୍ପତ୍ତିରୁ ଲବ୍ଧ ଅର୍ଥରୁ ଫେରସ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe