ପାଣି ପାଇଁ କଲବଲ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ

ଗ୍ରୀଷ୍ମ ପ୍ରଭାବ ବଢ଼ୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଭୂତଳଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ପାଣି ସମସ୍ୟା ଗମ୍ଭୀର ସ୍ଥିତି ଧାରଣ କରିଛି।

sdsdxcxcd

ନୂଆପଡ଼ା: ଗ୍ରୀଷ୍ମ ପ୍ରଭାବ ବଢ଼ୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଭୂତଳଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ପାଣି ସମସ୍ୟା ଗମ୍ଭୀର ସ୍ଥିତି ଧାରଣ କରିଛି। ସୁନାବେଡ଼ା ଗ୍ରାମରେ ୩୪୯ଟି ପରିବାର ରହିଥିବା ବେଳେ ୩୫୦୦ରୁ ଅଧିକ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ଲୋକ ବସବାସ କରୁଛନ୍ତି। ଏହି ଭୁଞ୍ଜିଆ ସଂପ୍ରଦାୟର ଏକ ଭିନ୍ନ ପରମ୍ପରା ରହିଛି। ସେମାନେ ଲାଲବଙ୍ଗଳାରେ ରୋଷେଇ କରୁଥିବା ବେଳେ ସେମାନଙ୍କ ପରମ୍ପରା ଅନୁସାରେ ବିନା ଚପଲରେ ପାଣି ଆଣିବାକୁ ହୁଏ। ତେବେ ଜଳସ୍ତର ହ୍ରାସ ଯୋଗୁଁ ମାସେ ହେବ ପାନୀୟଜଳ ପ୍ରକଳ୍ପରୁ ପାଣି ମିଳୁନାହିଁ। 

ତେଣୁ ଏହି ସଂପ୍ରଦାୟର ମହିଳାମାନେ ସକାଳୁ ପାଣି ପାଇଁ ଏକ କିମି ବିନା ଚପଲରେ ଗାଁ ମୁଣ୍ଡରେ ଥିବା ନାଳକୁ ଯିବା ସହ ସେଠାରେ ବାଲିଚୁଆ କରି ପିଇବା ପାଣି ସଂଗ୍ରହ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ନାଳ, ପୋଖରୀ ଶୁଖିଯିବା ଫଳରେ ଗାଧୋଇବା ପାଇଁ ପାଣି ମିଳି ପାରୁନାହିଁ। ପ୍ରାୟ ଏକମାସ ହେବ ପାଣି ପାଇଁ ସୁନାବେଡ଼ାବାସୀ ଡହଳବିକଳ ହେଉଛନ୍ତି। ଏହି ସମସ୍ୟା ନେଇ ଗ୍ରାମର ବିଶ୍ରାମ ଛତ୍ରିଆ, ୱାର୍ଡମେମ୍ବର ଭବନ ସିଂ ବର୍ଗେ, ମନିରାମ ମାଝୀ, ଧନୀରାମ ସୁଆର, ଯୁବରାଜ ଛତ୍ରିଆ, କଲିରାମ ସୁଆର ପ୍ରମୁଖ ଜିଲ୍ଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe