ଦିଲ୍ଲୀ ଗଲେ ଚକୋଟିଆ ଭୁଞ୍ଜିଆ ପ୍ରତିନିଧି, ୧୨ରେ  ରାଷ୍ଟ୍ରପତିଙ୍କୁ ଭେଟି ସମସ୍ୟା ଜଣାଇବେ

ଦିଲ୍ଲୀ ଗଲେ ଚକୋଟିଆ ଭୁଞ୍ଜିଆ ପ୍ରତିନିଧି, ୧୨ରେ  ରାଷ୍ଟ୍ରପତିଙ୍କୁ ଭେଟି ସମସ୍ୟା ଜଣାଇବେ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ଏକ ୨୦ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଆସନ୍ତା ୧୨ ତାରିଖ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳ ନୂଆପଡ଼ାରୁ ଏକ ଘରୋଇ ବସ୍‌ରେ ଭୁବନେଶ୍ବର ଯାଇ ସେଠାରୁ ଟ୍ରେନ୍‌ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରତିନିଧି ଦଳରେ ସୁନାବେଡ଼ା ଗାଁର ବିଜୟ ଝାକର, ବିଶ୍ରାମା ଛତ୍ରିଆ, ସେତରାମ ବର୍ଗେ, ଯୁବରାଜ ଛତ୍ରିଆ, କଲିତରାମ ସୁଆର, ମନିରାମ ମାଝୀ, ଜାମଗାଁର ତିଲସିଂ ଝାକର, ତ୍ରିବେଣୀ ଛତ୍ରିଆ, ଭାଉରାମ ମାଝୀ,  ଟୁନା ସଂ, ଜାମିନୀ ମାଝୀ, ଚାନ୍ଦିନୀ ଛତ୍ରିଆ, କମଲସିଂ ମାଝୀ, ଜୟଶ୍ରୀ ଝାକର ପ୍ରମୁଖ ରହିଛନ୍ତି। ୧୪ ତାରିଖ ଦିନ ଦିଲ୍ଲୀରୁ ବାହାରି ନୂଆପଡ଼ା ଆସିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe