ସ୍ୱାଭିମାନ ଅଞ୍ଚଳରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ, ପୁଲିସ ଡିଜିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ସୁରକ୍ଷା ଯାଞ୍ଚ

Advertisment
ସ୍ୱାଭିମାନ ଅଞ୍ଚଳରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ, ପୁଲିସ ଡିଜିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ସୁରକ୍ଷା ଯାଞ୍ଚ

ମାଲାକାନାଗିରି: ସ୍ୱାଭିମାନ ଅଞ୍ଚଳ ଆକଶରେ ପଇଁତରା ମାରୁଛି ବାୟୁସେନାର ଲଢୁଆ ଚପ୍ପର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ଅଞ୍ଚଳକୁ ଆକାଶ ମାର୍ଗରୁ ଯାଞ୍ଚ କରୁଛି ବାୟୁସେନା ହେଲିକପ୍ଟର । ଆସନ୍ତାକାଲି ମାଲାକାନାଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳକୁ ପୁଲିସ ଡିଜି ଅଭୟଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଆଜି ବାୟୁସେନାର ଏକ ଚପର ପଇଁତରା ମାରିଥିବା ଜଣାପଡ଼ିଛି। ଏହା ସହ ବିଏସଏଫ, ଏସଓଜି ଓ ଡିଭିଏଫ ଯବାନ ସ୍ବାଭିମାନ ଅଞ୍ଚଳକୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି।

ମାଲକାନଗିରିରେ ନକ୍ସଲର ରାଜଧାନୀ କୁହାଯାଉଥିବା ଗୋରାସେତୁକୁ ବିଏସଏଫ ଯବାନ କବଜା କରିବା ପରେ ପୁଲିସ ଏହାକୁ ଏକ ବଡ଼ ସଫଳତା ବୋଲି ଭାବି ନେଇଛି। ଗୋରା ସେତୁ ଅଞ୍ଚଳକୁ ପରିଦର୍ଶନ ପାଇଁ ପୁଲିସ ଡିଜି ଅଭୟ ପହଞ୍ଚିବା ସହ ଆଗାମୀ ନକ୍ସଲ ଦମନ ନେଇ ବ୍ଲି ପ୍ରିଣ୍ଟ ପ୍ରସ୍ତୁତ କରିବେ । ପୁଲିସ ଡିଜି ମାଲକାନଗିରି ପୁଲିସ ଓ ବିଏସଏଫ କର୍ତ୍ତୃପକ୍ଷ ସହ ନକ୍ସଲ ଦମନ ନେଇ ବିସ୍ତୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳର ପଣସପୁଟ ଏବଂ ଜନ୍ତ୍ରିଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା କରାଯିବ। ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳରେ ନକ୍ସଲ ବ୍ୟାକ୍ ଫୁଟରେ ଥିବା ବେଳେ ପୁଲିସର ଏହି ଚ୍ୟାଲେଞ୍ଜକୁ କିପରି ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe