ରାତିପାହିଲେ ବଡ଼ଦିନ, ଧରାବତରଣ କରିବେ ପ୍ରଭୁ ଯୀଶୁ

Advertisment
କ୍ରିସମାସ ପାଇଁ ଚଳଚଞ୍ଚଳ କଟକ: ନୂଆ ସ୍ନୋ ଟ୍ରି, କ୍ରିସ୍‌ମାସ୍‌ ବକ୍ସ ଓ ସାଣ୍ଟାକ୍ଲଜ୍‌ ହେଡ଼୍‌

ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଭଗବାନ ଯୀଶୁ ଧରାବତରଣ କରିବେ ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ। ସାନ୍ତାକ୍ଲଜ୍ ଆସିବ ଚକୋଲେଟ୍ ଓ ଉପହାର ନେଇ। ଏଥିପାଇଁ କେବେଠାରୁ ରାଜଧାନୀ ତା’ର ସଜବାଜ ସାରିଦେଲାଣି। ଉତ୍ସାହ ବି ବଢ଼ିବାରେ ଲାଗିଛି। ଏ ନେଇ ବଡ଼ ବଡ଼ ସପିଂ ମଲ୍ଠାରୁ ଜୁଏଲାରି ଦୋକାନ ପର୍ଯ୍ୟନ୍ତ ଆଲୋକମାଳାରେ ସଜେଇ ହେବା ସହ ଲାଲ୍ କୁର୍ତ୍ତା, ପ୍ୟାଣ୍ଟ୍ ଓ ଟୋପି ପିନ୍ଧା ବୁଢ଼ା ସାନ୍ତାକ୍ଲଜ୍ ବି ଦୋକାନ ସମ୍ମୁଖରେ ଠିଆ ହୋଇ ଗ୍ରାହକଙ୍କୁ ପାଛୋଟୁଛି। କିଛି ଶିକ୍ଷାନୁଷ୍ଠାନ ଓ ପ୍ଲେ-ସ୍କୁଲରେ  ଉତ୍ସବ ପାଳନ ଜୋର୍ ଚାଲିଛି। ବିଦ୍ୟାଳୟକୁ ସାନ୍ତାକ୍ଲଜ୍ ଆସି ପିଲାମାନଙ୍କ ସହ ନାଚ ଗୀତ କରିବା ସହ ଉପହାର ମଧ୍ୟ ବାଣ୍ଟୁଛି।

ସତ୍ୟନଗରସ୍ଥିତ ‘ଭିନ୍ସେଣ୍ଟ କ୍ୟାଥଲିକ୍ ଚର୍ଚ୍ଚ’ ଓ ସହରରେ ଥିବା ଅନ ଚର୍ଚ୍ଚରେ ମଧ୍ୟ ଉତ୍ସବର ମାହୋଲ ରହିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ବଡ଼ ପର୍ବ ହୋଇଥିଲେ ମଧ୍ୟ ରାଜଧାନୀର ସବୁ ବର୍ଗର ଲୋକ ଯୀଶୁଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe