Cinema hall promotion of the film 'Ananta' in a new way Photograph: (sambad.in)
ଅନୁଗୁଳ: ସୋମବାର ସନ୍ଧ୍ୟାରେ ଅନୁଗୁଳର ଦିବ୍ୟଜ୍ୟୋତି ମଲଟିପ୍ଳେକ୍ସରୁ ଆଗାମୀ ଚଳଚ୍ଚିତ୍ର ‘ଅନନ୍ତା’ର ସିନେମା ହଲ୍ ପ୍ରଚାର ଏକ ନୂତନ ଢଙ୍ଗରେ ଆରମ୍ଭ ହୋଇଛି। ଅନେକ କୁନିକୁନି ପିଲା ଅନନ୍ତା ରୂପରେ ଅଭିନେତା ସବ୍ୟସାଚୀଙ୍କ ସହ ମିଶି ଅନନ୍ତାର ହଲ୍ ପୋଷ୍ଟରକୁ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ଅଭିନେତା ସବ୍ୟସାଚୀ କହିଛନ୍ତି, ହଲ୍ ସିନେମା ରାଜ୍ୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ନିହାତି ଆବଶ୍ୟକ। ତେଣୁ ହଲ୍ ପ୍ରମୋସନ ସୋମବାରଠାରୁ ଆମେ ଆରମ୍ଭ କରୁଛୁ।
ଅଧିକ ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ରାସ୍ତା ଉପରୁ ୩୦ ଫୁଟ ତଳକୁ ଖସିଲା
ଓଡିଶାରେ ଅନେକ ହଲ୍ ବନ୍ଦ ହେବା ସମୟରେ ନିଜ ସିନେମା ହଲ୍ର ଉନ୍ନତିକରଣ କରି ଅନୁଗୁଳର ଦିବ୍ୟଜ୍ୟୋତି ମଲଟିପ୍ଳେକ୍ସ ନିଶ୍ଚୟ ଏକ ଉଦାହରଣ ସାଜିଛି। ରଜରେ ଅନୁଗୋଳ ବାସୀ ଅନନ୍ତାକୁ ଭରପୁର ଉପଭୋଗ କରିବେ ବୋଲି ଦୃଢ ବିଶ୍ବାସ ଅଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ନକ୍ସଲ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ସୁରକ୍ଷା ବାହିନୀ
ANANTA
Follow Us