ଓଡ଼ିଶାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସିନେମା ହଲ, ଥିଏଟର

Advertisment
ଓଡ଼ିଶାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସିନେମା ହଲ, ଥିଏଟର

ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ ୫.୦ ଗାଇଡଲାଇନ ଜାରି କରିବାର ଦିନକ ପରେ ଓଡ଼ିଶା ସରକାର ନିଜସ୍ୱ ଅନଲକ୍ ୫.୦ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ପ୍ରକାଶ ପାଇଛି। ଏହି ଗାଇଡଲାଇନରେ  ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସିନେମା ହଲ, ସୁଇମିଂ ପୁଲ, ଥିଏଟର, ମନୋରଞ୍ଜନ କଂପ୍ଲେକ୍ସ, ଅଡିଟୋରିୟମ, ସଭାଗୃହ ଆଦିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ତେବେ ମୁକ୍ତାକାଶ ଥିଏଟରଗୁଡ଼ିକୁ ସର୍ତ୍ତମୂଳକ ଭାବେ ଖୋଲିବା ଅନୁମତି ଦିଆଯାଇଛି। ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ଆଦି କୋଭିଡ କଟକଣା  ସହିତ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅନଲକ ୫.୦ ଗାଇଡଲାଇନରେ ସାରା ଦେଶରେ ସିନେମା ହଲ ଓ ଥିଏଟରଗୁଡ଼ିକ ଅକ୍ଟୋବର ୧୫ରେ  କଟକଣା ସହ ଖୋଲିବାକୁ ଅନୁମତି ଦିଆଯିବା ପରେ ଓଡ଼ିଶାରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ଏପରିକି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟ ସିନେମା ହଲ ମାଲିକ ସଂଘ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ସଂଗଠନଗୁଡ଼ିକ ସ୍ୱାଗତ କରିଥିଲେ । ମନୋରଞ୍ଜନ ଶିଳ୍ପର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାର ମଧ୍ୟ ସିନେମା ହଲକୁ ଖୋଲିବାକୁ ଦାବି କରାଯାଇଥିଲା।

କିନ୍ତୁ ରାଜ୍ୟ ସରକାର ଆଉ ଏକ ମାସ ପାଇଁ ସିନେମା ହଲ ଓ ଥିଏଟର ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ତାହା ରାଜ୍ୟର ମନୋରଞ୍ଜନ ଶିଳ୍ପ, କଳାକାର, ସାଧାରଣ ଜନତାଙ୍କୁ ନିରାଶ କରିଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe