ପାରଳାଖେମୁଣ୍ତି : ସିନେମା ହଲ ବନ୍ଦ, ଲକ୍ଷାଧିକ ବୁଡ଼ିଗଲା

ପାରଳାଖେମୁଣ୍ତି : ସିନେମା ହଲ ବନ୍ଦ, ଲକ୍ଷାଧିକ ବୁଡ଼ିଗଲା

justdial.com

ପାରଳାଖେମୁଣ୍ତି : ପାରଳାଖମୁଣ୍ତିର ସିନେମା ହଲଗୁଡ଼ିକ ଦର୍ଶକଙ୍କ ଅତ୍ୟନ୍ତ ଲୋକପ୍ରିୟ ହୋଇ ରହିଥିଲା। ତେବେ, କରୋନା କଟକଣା ପରେ ଚିତ୍ର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପଡ଼ିଛି। ଗତ ୯ ମାସ ମଧ୍ୟରେ ଲକ୍ଷଲକ୍ଷ ଟଙ୍କାର ଆର୍ଥିକ ବୋଝ ମାଲିକମାନଙ୍କ ମୁଣ୍ତରେ ବୋଝ ସଦୃଶ ହୋଇଛି। ସହର ମଧ୍ୟରେ ଥିବା ୫ଟି ପ୍ରେକ୍ଷାଳୟରୁ ଭବାନୀ ଟକିଜ୍ ଅନେକ ଦିନ ହେଲା ବନ୍ଦ ହୋଇଯାଇଥିବା ବେଳେ ବର୍ତ୍ତମାନ ସକ୍ରିୟ ରହିଛି ଲକ୍ଷ୍ମୀ ମହଲ, ଏସ.କେ. ସିନେ ମ୍ୟାକ୍ସ, ନଟରାଜ ହଲ, ଜୟା ମହଲ। କରୋନା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯଦିଓ ସମସ୍ତ ସିନେମାହଲ ବନ୍ଦ ହୋଇ ଯାଇଥିଲା। ତେବେ ସେମାନଙ୍କୁ ଅକ୍ଟୋବର ମାସରେ ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ, ଗୋଟିଏ ସପ୍ତାହ ଖୋଲିବା ପରେ ଲୋକେ ହଲକୁ ଆସୁନାହାନ୍ତି ବୋଲି ମାଲିକମାନେ ବୁଝି ପାରିଥିଲେ ଓ ହଲ ବନ୍ଦ ହୋଇଗଲା।

publive-image New Indian Express

ଏ ବିଷୟରେ ଜଣାଶୁଣା ସିନେମାହଲ ମାଲିକ ଏସ୍‌. ରାଜୁବାବୁଙ୍କ ସହ କଥାବର୍ତ୍ତା ବେଳେ ସେ ସ୍ବୀକାର କରିଛନ୍ତି ଯେ ସିନେମା ହଲର ଭବିଷ୍ୟତ ଅନ୍ଧକାର ମଧ୍ୟରେ ବୁଡ଼ି ରହିଛି। ଚଳିତ ବର୍ଷ ପାରଳାଖେମୁଣ୍ତିରେ ହଲ ମାଲିକ ମାନେ ୨୦୨୦ ମସିହାରେ ଗୋଟିଏ ହଲ ପିଛା ୨୦ ରୁ ୫୦ ଲକ୍ଷ ଟଙ୍କା କ୍ଷତି ସହ୍ୟ କରିବା ପାଇଁ ବାଧ୍ୟ ହୋଇଗଲେ ବୋଲି ସେ କହିଛନ୍ତି । ସ˚କ୍ରମଣ କମିନଥିବା ଯୋଗୁଁ ଲୋକେ ଭୟରେ ହଲକୁ ଆସୁ ନଥିବା ବେଳେ ମୋବାଇଲ୍‌ରେ ଆସୁଥିବା ଓଟିଟି ପ୍ଲାଟଫର୍ମର ସିନେମାଗୁଡ଼ିକୁ ଦେଖି ଲୋକେ ହଲକୁ ଆସିବା ପ୍ରତି ମନ ବଳାଉନାହାନ୍ତି ବୋଲି ସୂଚନା ଦେଇଛନ୍ତି ଜୟା ଏବ˚ ଲକ୍ଷ୍ମୀହଲର ମାଲିକ ଡ. ଆଇ. ବାବୁଜୀ ।

ସିନେମା ଦେଖିବା ପାଇଁ ଏଠିକାର ଲୋକଙ୍କର ଏକ ବଡ଼ ନିଶା ରହିଥିଲା। ବିଭିନ୍ନ ପର୍ବପର୍ବାଣୀ ଏବ˚ ଛୁଟି ଦିନରେ ସିନେମା ଟିକଟ ବ୍ଲାକରେ ବିକ୍ରୟ ହେଉଥିଲା । ପାରଳାଖେମୁଣ୍ତିରେ ତେଲୁଗୁ ସିନେମା ଚାଲିଥିବା ବେଳେ ପ୍ରଥମ ଦିନରେ ହିଁ ହଲ ଗୁଡ଼ିକ ଆଗରେ ଲୋକଙ୍କର ଯାତ୍ରା ଭଳି ଗହଳି ଚହଳି ଲାଗୁଥିଲା। ପୂର୍ବରୁ ପ୍ରେମାଭିଷେକମ୍‌, ଆଡିଭି ରାମୁଡୁ ପରି ସୁପର ହିଟ ତେଲୁଗୁ ସିନେମା ଏହି ସିନେମା ହଲ ଗୁଡିକରେ ୧୦୦ ଦିନରୁ ଅଧିକ ଚାଲିଥିବା ରେକର୍ଡ ଆଜି ମଧ୍ୟ ବୟୋଜ୍ୟେଷ୍ଠ ଲୋକମାନେ ମନେ ପକାଉଛନ୍ତି।କହିବାକୁ ଗଲେ ସିନେମା ଦେଖିବା ପ୍ରଥା ପୂର୍ବ ବର୍ଷ ଗୁଡିକରେ ଏକ ପର୍ବ ଭଳି ଥିଲା। ସମ୍ପୂର୍ଣ୍ଣ ପରିବାର ପର୍ବରେ ଅ˚ଶଗ୍ରହଣ କରୁଥିଲେ। ଆଜି ହଲ ମାଲିକ ମାନେ ଏଭଳି ପର୍ବକୁ ଆଉ ଦେଖିବାକୁ ମିଳିବ କି ନାହିଁ ଆଶା ଓ ଆଶଙ୍କା ମଧ୍ୟରେ ଭବିଷ୍ୟତକୁ ଚାହିଁ ବସିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe