ସୌର୍ଯ୍ୟ ଦିବସରେ ସିଆର୍‌ପିଏଫ୍‌ ଗ୍ରୁପ୍‌ କେନ୍ଦ୍ର ପୁରସ୍କୃତ

ସୌର୍ଯ୍ୟ ଦିବସରେ ସିଆର୍‌ପିଏଫ୍‌ ଗ୍ରୁପ୍‌ କେନ୍ଦ୍ର ପୁରସ୍କୃତ

ସମ୍ବଲପୁର: ସିଆର୍‌ପିଏଫ୍ ଗ୍ରୁପ୍‌ କେନ୍ଦ୍ର ସମ୍ବଲପୁରକୁ ସର୍ବଶ୍ରେଷ୍ଠ ପ୍ରଭାବୀ ନିବେଶ ଓ ଆର୍ଥିକ ଶୃଂଖଳା ଟ୍ରଫି ମିଳିଛି। ୫୮ତମ ସୌର୍ଯ୍ୟ ଦିବସ ଅବସରରେ ରବିବାର କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ଓଡ଼ିଶା ସେକ୍ଟର୍ ଦ୍ବାରା ୨୦୨୧-୨୨ର ବିଜେତାଭାବେ ସମ୍ବଲପୁର ଗ୍ରୁପ୍‌ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗ୍ରୁପ୍‌ କେନ୍ଦ୍ରର ପୁଲିସ୍ ଉପମହାନିରୀକ୍ଷକ ଲାଲ୍‌ଚନ୍ଦ ଯାଦବ ସିଆର୍‌ପିଏଫ୍‌ ଓଡ଼ିଶା ସେକ୍ଟର୍‌ର ପୁଲିସ୍‌ ଉପମହାନିରୀକ୍ଷକ ଜେପି ରାୟଙ୍କଠାରୁ ଏହି ଟ୍ରଫି ଗ୍ରହଣ କରିଥିଲେ।

ସେହିପରି ଗୋଶାଳାସ୍ଥିତ ସିଆର୍‌ପିଏଫ୍‌ ଗ୍ରୁପ୍‌ କେନ୍ଦ୍ର ଶିବିରରେ ‌ରବିବାର ସୌର୍ଯ୍ୟ ଦିବସ ଅବସରରେ ଭବ୍ୟ ଉତ୍ସବ ଆୟୋଜନ କରା ଯାଇଥିଲା। କମାଣ୍ଡାଣ୍ଟ ତପନ କୁମାର, ଅନ୍ୟ ଅଧିକାରୀ ଓ ଯବାନମାନେ ସହିଦ ସ୍ମାରକରେ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସୈନିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅତୀତରେ ସିଆର୍‌ପିଏଫ୍ ବୀର ଯବାନମାନେ ଦେଖାଇଥିବା ପରାକ୍ରମ ଓ ଦେଇଥିବା ବଳିଦାନର ସ୍ମୃତିଚାରଣ କରା ଯାଇଥିଲା। ସଂଧ୍ୟାରେ ଗ୍ରୁପ୍‌ କେନ୍ଦ୍ର ସମ୍ବଲପୁରର ମୁଖ୍ୟାଳୟ ଓ ପ୍ରଶାସନ ମଧ୍ୟରେ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଡ଼ାଖାନା ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe