କେନ୍ଦ୍ରର ଭୁଲ୍‌ ଯୋଗୁ ଦୟନୀୟ ସ୍ଥିତିରେ ଦେଶବାସୀ: ପିସିସି ସଭାପତି

Advertisment
ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : କରୋନା ପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ଦେଶବାସୀ ଏବେ ସଙ୍କଟରେ ଅଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଅଭିଯୋଗ କରି କହିଛନ୍ତି, ଗତ ଦୁଇବର୍ଷ ହେଲାଣି କରୋନା ସଂକ୍ରମଣକୁ ନେଇ ଭାରତ ସଂଗ୍ରାମ କରୁଛି। ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି। କରୋନାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବାକୁ ଟିକାକରଣ ଏକମାତ୍ର ଉପାୟ। କିନ୍ତୁ କେନ୍ଦ୍ର ସରକାର ନିଃଶୁଳ୍କ ଟିକା ଯୋଗାଇବାକୁ ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ କଲେ। ଯାହାଦ୍ବାରା ସ୍ଥିତି ଆହୁରି ଖରାପ ଆଡ଼କୁ ଚାଲିଗଲାଣି। କିନ୍ତୁ ଏଭଳି ଦୁଃସମୟରେ ଜନସାଧାରଣଙ୍କ ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି ଶ୍ରୀ ପଟ୍ଟନାୟଗକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ମାହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଆସିଛନ୍ତି। କିଛିଦିନ ତଳେ ଶ୍ରୀ ଗାନ୍ଧି ନିଶୁଳ୍କ ସାର୍ବଜନୀନ ଟିକା ପ୍ରଦାନ ନେଇ ଦାବି କରିଥିଲେ। କିନ୍ତୁ ମୋଦୀ ସରକାର ଏହି ପ୍ରସ୍ତାବକୁ ଅଣଦେଖା କଲେ। ଦେଶରେ ଥିବା ଅଣବିଜେପି ରାଜ୍ୟ ସରକାରମାନଙ୍କ ସମେତ ଖୋଦ ସୁପ୍ରିମ୍‌ କୋର୍ଟ୍‌ଙ୍କ ଠାରୁ ସାର୍ବଜନୀନ ଟିକାକରଣ ନେଇ ଭର୍ତ୍ସନା କରିବା ପରେ ମୋଦୀ ବାଧ୍ୟ ହୋଇ ସମସ୍ତଙ୍କୁ ମାଗଣା ଟିକାକରଣ ନେଇ ନିଷ୍ପତ୍ତି ନେଇଛନ୍ତି।

ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବେ ବୋଲି କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାକୁ ନେଇ ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଗରିବ ଲୋକ ତ ଆଗରୁ ୧ ଟଙ୍କାରେ ଚାଉଳ ପାଉଛନ୍ତି। ଏବେ ସେହି ୧ ଟଙ୍କା ଛାଡ଼ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଏହା ବାସ୍ତବତା ତାହେଲେ ଅତ୍ୟନ୍ତ ଦୁଃଖଦାୟକ। ମହାମାରିରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ଚାକିରି ହରେଇ ବସିଛନ୍ତି। ଲକ୍ଷ ଲକ୍ଷ ଛୋଟ ବେପାରିଙ୍କଠୁ ଆରମ୍ଭ କରି ଗରିବ, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ କିଛି ଯୋଜନା ନାହିଁ। ବର୍ତ୍ତମାନ ସାଧାରଣ ଲୋକଟିଏ ଜୀବିକା ହରେଇ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ବେଳେ କେନ୍ଦ୍ର ସରକାର ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି କରି ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe