ସିଆଇଟିୟୁର ରଣ ରଣହୁଙ୍କାର : ରକ୍ସି ଠାରେ ସିଆଇଟିୟୁର ବିଶାଳ ପ୍ରତିବାଦ ସମାବେଶ

Advertisment

ଅସାଧୁ ଖଣି ମାଲିକ ଶୋଷଣ ବିରୋଧରେ ଗର୍ଜୀଲେ

ଅସାଧୁ ଖଣି ମାଲିକ ଶୋଷଣ ବିରୋଧରେ ଗର୍ଜୀଲେ

ସିଆଇଟିୟୁର ରଣ ରଣହୁଙ୍କାର : ରକ୍ସି ଠାରେ ସିଆଇଟିୟୁର ବିଶାଳ ପ୍ରତିବାଦ ସମାବେଶ

କୋଇଡା: କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସି ପଞ୍ଚାୟତ ରେଲୱେ ସାଇଡିଂ ନିକଟରେ ଆଜି ସିଆଇଟିୟୁ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସମାବେଶ ଆୟୋଜିତ କରାଯାଇଥିଲା ।

publive-image

ଉକ୍ତ ସମାବେଶରେ ସିଆଇଟିୟୁ ରାଷ୍ଟ୍ରୀୟ ଉପ ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି , ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ସିଆଇଟିୟୁ ଜିଲ୍ଲା ସମ୍ପାଦକ ବିମାନ ମାଇତି ,ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ ,ବରିଷ୍ଠ ଶ୍ରମିକ ନେତା ହୃଦାନନ୍ଦ ଯାଦଭ, ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା ,ଆନନ୍ଦ ମାସି ହୋରୋ, କୋଇଡା କ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନ୍ତ, ହରିସ୍ ରାୟ,ସାନରକ୍ସି ପଞ୍ଚାୟତ ସରପଞ୍ଚ ଲିଲି ସରିତା ଗୁଡିଆ, ଜାମୁଡିହି ପଞ୍ଚାୟତ ସରପଞ୍ଚ ସୁସିଲା ମୁଣ୍ଡା, କାଲଟା ସରପଞ୍ଚ ଭୀମସେନ ଦେହୁରୀ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ କର୍ମୀ ଯୋଗ ଦେଇଥିଲେ।

publive-image

ବିଭିନ୍ନ ଚକ୍ରାନ୍ତ ଚଳାଇ ଜେଏସଡବ୍ଲୁ ଖଣି ମାଲିକ ତଥା ଦଲାଲ ଠିକାଦାର ମାନଙ୍କ ଦ୍ଵାରା ଅଞ୍ଚଳରେ ଥିବା ବିଭିନ୍ନ ରେଲୱେ ସାଇଡିଂକୁ ହାତେଇ ମେସିନ୍ ଯୋଗେ ରେଲୱେ ଲୋଡିଂ କରାଇ ଶ୍ରମିକ ଛଟେଇ କରିଦେବା ସହ ଶୋଷଣ ବିରୋଧରେ ଗର୍ଜନ କରିବା ସହ ଆଦିବାସୀ ଅଧ୍ୟୁଷିତ ଖଣି ଅଞ୍ଚଳରେ ବିଭିନ୍ନ ଖଣି, ସାଇଡିଂ ଠାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଅଧିକାରକୁ ପ୍ରାଧାନ୍ୟ ଦେବା ବଦଳରେ ଶ୍ରମିକ ଛଟେଇକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରମିକ ନେତା ପ୍ରମୁଖ ପ୍ରକାଶ କରିଥିଲେ। ଯଦି ଶ୍ରମିକ ମାରଣା ପାଇଁ ଚକ୍ରାନ୍ତ ହୁଏ ତାହେଲେ ସମଗ୍ର ବଣାଇଁର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe