ଝାରସୁଗୁଡ଼ା : ଆଜିଠୁ ଗଡ଼ିବ ବୃନ୍ଦାବାହାଲରୁ ମୁଖ୍ୟ ଚିକିତ୍ସାଳୟକୁ ସିଟିବସ୍‌

ଝାରସୁଗୁଡ଼ା : ଆଜିଠୁ ଗଡ଼ିବ ବୃନ୍ଦାବାହାଲରୁ ମୁଖ୍ୟ ଚିକିତ୍ସାଳୟକୁ ସିଟିବସ୍‌

ଝାରସୁଗୁଡ଼ା : ଶୁକ୍ରବାରଠାରୁ ଝାରସୁଗୁଡ଼ା ସହରରେ ପୁଣି ଆରମ୍ଭ ହେବ ସିଟିବସ୍ ‌ସେବା। ଏହି ବସ୍‌ ବୃନ୍ଦାମାଲରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଯାତାୟତ କରିବ। ଉଭୟ ପଟୁ ଦୁଇଟି ବସ ଚଳାଚଳ କରିବ ବୋଲି ଜଣାଯାଇଛି।

୨୦୨୦ ମସିହା ଫେବ୍ରୁଆରି ୬ ତାରିଖ ଦିନ ଏହି ଆମବସ୍‌ ସେବାର ଶୁଭାରମ୍ଭ କରାଯାଇଥିଲା। ତତ୍‌କାଳନୀ ମନ୍ତ୍ରୀ ନବ ଦାସ, ଜିଲ୍ଲାପାଳ ସରୋଜ ସାମଲଙ୍କ ଉପସ୍ଥିତିରେ ଏହି ବସ୍‌ର ଶୁଭାରମ୍ଭ ହୋଇଥିଲା। ଏହି ସିଟିବସ୍‌ ପିପିପି ମୋଡ୍‌ରେ ଚାଲୁଥିଲା। ଏକ ଘରୋଇ ସଂସ୍ଥା ପଶ୍ଚିମ ଓଡ଼ିଶା ପରିବହନ କମ୍ପାନି (ପିଓପିସିଓ) ଏହାକୁ ଚଳାଉଥିବା ବେଳେ ପଶ୍ଚିମ ଓଡ଼ିଶା ସହରାଞ୍ଚଳ ପରିବହନ ସେବା ଲିଃ (ଡବ୍ଲୁଓୟୁଟିଏସ୍‌ଏଲ୍‌) ଏହାର ପରିଚାଳନା କରୁଥିଲା। ଏଥିପାଇଁ ୨ଟି ବସ ଯୋଗାଇ ଦିଆଯାଇଥିବା ବେଳେ ଏହି ବସ ବୃନ୍ଦାମାଲଠାରୁ ବାହାରି ବେଦାନ୍ତ ଟାଉନସିପ୍‌, ସୁନାରିମୁଣ୍ଡା, ରେଲୱେ କ୍ରସିଂ(ସରବାହାଲ), ସରବହାଲ ଛକ, ମନମୋହନ ଏମ୍‌ଇ ସ୍କୁଲ, ମଙ୍ଗଲବଜାର ଛକ, ଝଣ୍ଡାଚୌକ, ଷ୍ଟେସନ ଛକ, ବସଷ୍ଟାଣ୍ଡ, ଶିବା ଟକିଜ ଛକ, ଦୁର୍ଗାମନ୍ଦିର ଛକ(ବେହେରାମାଲ), କିସାନଛକ, କୋର୍ଟ ଛକ, ଏସ୍‌ପି ଅଫିସ ଛକ ହୋଇ ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରାୟ ୧୫ଟି ସ୍ଥାନରେ ରହଣି କରି ଯାତ୍ରୀ ନେବା ଆଣିବା କରୁଥିଲା। କୋଭିଡ ବେଳେ ଏହା ବନ୍ଦ ହୋଇ ଯାଇଥିଲା। ଫଳରେ ଡାକ୍ତରଖାନାକୁ ଯାତାୟତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।

ପୁନର୍ବାର ଏହି ବସ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ନେଇ ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଥିବା ବେଳେ ଶୁକ୍ରବାରଠାରୁ ଏହା ନିୟମିତ ଚଳାଚଳ କରିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ଦୀନବନ୍ଧୁ ସୁଣ୍ଢି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe