କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ କୋରାପୁଟ ଗସ୍ତ: ଜୟପୁର ବିମାନବନ୍ଦର ପରିଦର୍ଶନ କରିବେ

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ କୋରାପୁଟ ଗସ୍ତ: ଜୟପୁର ବିମାନବନ୍ଦର ପରିଦର୍ଶନ କରିବେ

ଜୟପୁର: ଓଡ଼ିଶା କ୍ୟାଡରର ଆଇଏଏସ୍ , ପୂର୍ବତନ କୋରାପୁଟ ଜିଲ୍ଲାପାଳ ତଥା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ଆଜିଠାରୁ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିବେ ବୋଲି ଜଣାଯାଇଛି। ଏହି ସମୟରେ ସେ ଜୟପୁର ବିମାନବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଳାୟର ଯୁଗ୍ମ ସଚିବ ଉଷା ପାଢ଼ୀ ୧୫ତମ ସିଭିଲ୍ ସର୍ଭିସେସ୍ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା -୨୦୨୦ପୁରସ୍କାର ପାଇଛନ୍ତି। ଏହା ବାଦେ ଉଡ଼ାନ( ଉଡେ ଦେଶ କା ଆମ ନାଗରିକ) ଟିମର ସଦସ୍ୟଙ୍କୁ ବି ସ୍ବତନ୍ତ୍ର ଭାବେ ପୁଣି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ପୁରସ୍କୃତ କରିଛନ୍ତି। ଖାସ୍ କରି ଉଡାନ ଯୋଜନାର ସଫଳତା ପାଇଁ ଶ୍ରୀମତି ପାଢ଼ୀଙ୍କୁ ଏହି ପୁରସ୍କାର ମିଳିଛି। ସେ ଏହି ପୁରସ୍କାର ପାଇବା ପରେ ଅତ୍ୟନ୍ତ ଉତ୍ସାହିତ ହେବା ସହ ସମସ୍ତ ଉଡ଼ାନ ଟିମର ଏହା ସଫଳତା ବୋଲି କହିଛନ୍ତି।

publive-image

୨୦୧୬ ମସିହାରେ ଉଡ଼ାନ ଯୋଜନା ଆରମ୍ଭ ହେବା ପରେ ୬୭ଟି ସ୍ଥାନରୁ ୪୧୯ଟି ନୂଆ ଆକାଶମାର୍ଗରେ ବିମାନ ଚଳାଚଳ କରିଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ପାଢ଼ୀ। ଏହା ଫଳରେ ୯୨ଲକ୍ଷ ଲୋକେ ଉପକୃତ ହୋଇଛନ୍ତି। ସେଭଳି ଆଗାମୀ ୨୦୨୪ସୁଦ୍ଧା ୧୦୦ଟି ନୂଆବିମାନ ବନ୍ଦର ୧୦୦୦ ନୂଆ ଅକାଶମାର୍ଗରେ ବିମାନ ଚଳାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଶ୍ରୀମତୀ ପାଢ଼ୀ। ଶ୍ରୀମତୀ ପାଢ଼ୀ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ରହି ଆସିଥିଲେ। ୨୦୦୧ମସିହା ଡିସେମ୍ବର ୨ତାରିଖରୁ ୨୦୦୪ ମସିହା ସେପ୍ଟମ୍ବର ୧୦ତାରିଖ ପର୍ଯ୍ୟନ୍ତ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଆସିଥିଲେ। କେନ୍ଦ୍ର ସରକାର ତାଙ୍କୁ ଅକ୍ଷାଂକା ଜିଲ୍ଲା କୋରାପୁଟ ଦାୟିତ୍ବରେ ଦେବା ପରେ ସେ ଜୟପୁର ବିମାନବନ୍ଦରର ତଦାରଖ କରିବା ସହ ବାରମ୍ବାର ଏହାର କାମ ଶୀଘ୍ର ସାରିବାକୁ ବି ତାଗିଦ୍ କରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe