ସିଭିଲ ସର୍ଭିସ ପରୀକ୍ଷା-୨୦୨୦: କାହାକୁ ମିଳିଛି କେତେ ମାର୍କ?

Advertisment

ଜୁବିନ ମହାପାତ୍ରଙ୍କୁ ୯୯୮ ମାର୍କ

ଜୁବିନ ମହାପାତ୍ରଙ୍କୁ ୯୯୮ ମାର୍କ

ସିଭିଲ୍‌ ସର୍ଭିସ୍‌-୨୦୨୧: ୬ ଜଣଙ୍କୁ ଓଡ଼ିଶା କ୍ୟାଡର୍‌

NewsBytes

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା‌-୨୦୨୦ରେ ସର୍ବଭାରତୀୟ ସ୍ତରରେ ୪୬ତମ ସ୍ଥାନରେ ରହିଥିବା ଓଡ଼ିଶାର ଜୁବିନ ମହାପାତ୍ରଙ୍କୁ ୯୯୮ ମାର୍କ ମିଳିଛି।

ଜୁବିନ୍‌ ଲିଖିତ ପରୀକ୍ଷାରେ ୮୦୫ ଓ ସାକ୍ଷାତକାରରେ ୧୯୩ ନମ୍ବର ରଖିଛନ୍ତି। ୟୁପିଏସସି ଦ୍ବାରା ସାରା ଦେଶରୁ ଉତ୍ତୀର୍ଣ୍ଣ ହୋଇଥିବା ୭୭୧ ଜଣଙ୍କ ପରୀକ୍ଷାରେ ହାସଲ କରିଥିବା ମାର୍କକୁ ସାର୍ବଜନୀନ କରାଯାଇଛି। ଯେଉଁଥିରେ ୫୨ତମ ସ୍ଥାନ ହାସଲ କରିଥିବା ଓଡ଼ିଶାର ଆଶିଷ କୁମାର ମିଶ୍ରଙ୍କୁ ୯୯୭ ମାର୍କ ମିଳିଥିବ‌ାବେଳେ ୬୭ ସ୍ଥାନରେ ରହିଥିବା ଅପୂର୍ବ ତ୍ରିପାଠୀଙ୍କୁ ୯୯୨ ନମ୍ବର, ୭୭ତମ ସ୍ଥାନ ହାସଲ କରିଥିବା ଶୁଭଙ୍କର ବଳଙ୍କୁ ୯୯୦, ୧୮୪ ସ୍ଥାନ ହାସଲ କରିଥିବା ଅଙ୍କିତ କୁମାର ବର୍ମାଙ୍କୁ ୯୬୫, ୧୯୪ ସ୍ଥାନ ହାସଲ କରିଥିବା ରୀନା ପ୍ରଧାନଙ୍କୁ ୯୬୩ ମାର୍କ, ୨୪୪ତମ ସ୍ଥାନ ହାସଲ କରିଥିବା ପୂର୍ବୀ ନନ୍ଦଙ୍କୁ ୯୫୫, ୩୯୫ ସ୍ଥାନ ହାସଲ କରିଥିବା ନବଜ୍ୟୋତି ମିଶ୍ରଙ୍କୁ ୯୩୩, ୪୬୪ ସ୍ଥାନ ହାସଲ କରିଥବା ବବିତାରାଣୀ ସ୍ବାଇଁଙ୍କୁ ୯୨୩, ୫୨୨ତମ ସ୍ଥାନ ହାସଲ କରିଥିବା ଅଙ୍କିତ ମିଶ୍ରଙ୍କୁ ୯୧୫ ଓ ୬୨୦ ସ୍ଥାନ ହାସଲ କରିଥିବା ସୁଧାଂଶୁ ନାୟକଙ୍କୁ ୯୦୪ ମାର୍କ ମିଳିଛି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ବିହାରର ଶୁଭମ କୁମାରଙ୍କୁ ମୋଟ ୧୦୫୪ ମାର୍କ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଜାଗୃତି ଅୱସ୍ତିଙ୍କୁ ୧୦୫୨ ମାର୍କ ମିଳିଛି। ଉଲ୍ଲେଖଯୋଗ୍ୟ, ୧୭୫୦ ମ‌ାର୍କର ଲିଖିତ ଓ ୨୭୫ ମାର୍କର ସାକ୍ଷାତକାର ଆଧାରରେ ୟୁପିଏସ୍‌ସି ମେଧା ତାଲିକା ପ୍ରସ୍ତୁତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe