ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଧର୍ମଗଡ଼: ଓବିସି, ଏସ୍‌ଟି, ଏସ୍‌ସି ମିଳିତ ମହାମଞ୍ଚ କଳାହାଣ୍ଡି ପକ୍ଷରୁ ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷାରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦାବିରେ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୫%ରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ହେଲେ ସେହି ଅନୁସାରେ କଲେଜ ମାନଙ୍କରେ ସିଟ୍‌ ନାହିଁ। ଏଥିସହ କଟ୍‌ଅଫ୍‌ ମାର୍କ ମଧ୍ୟ ଅଧିକ ଯିବ। ନାମ ଲେଖାରେ ଓବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କଲେଜମାନଙ୍କରେ ସ୍ଥାନ ପାଇବାରୁ ଏହି ବର୍ଗର ବହୁତ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ଏଣୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ନହେଲେ ଆଗାମୀ ଦିନରେ ଜନସାଧାରଣ, ଅଭିଭାବକ ଓ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବି ସମାବେଶରେ ଡମ୍ବରୁଧର ଲହଜଲ, ଧନୁ ଗୋପାଳ, ଡାକେଶ୍ୱର ଲହଜଲ, ଲିଙ୍ଗରାଜ ବେହେରା, ଲବଣି ଯାଦବ, ଇସରାମ ଟୋଲଟିଆ, ଝସକେତନ ପାରି, ହାତୀରାମ ଦୁର୍ଗା, ଚକ୍ରଧର ବେଣୁପାଣି, ଜୀବଶଙ୍କର  ନାଏକ, ରବି ନାଏକ, ସୁଧୀର ଗୋପାଳ, ସେତୁରାମ ଭକ୍ତ, ପଦ୍ମବନ ବେମାଲ, ଦିଗାମ୍ବର ଦୁରିଆଙ୍କ ସମେତ ମହାମଞ୍ଚର ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe