ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଦାବିପତ୍ର

Advertisment
ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଦାବିପତ୍ର

କେନ୍ଦୁଝର : ଅଲ ଓଡ଼ିଶା ଇପିଏଫ୍ ପେନ୍‌ସନ୍‌ର୍ସ ଆସୋସିଏସନ୍‌ର ଆହ୍ୱାନକ୍ରମେ ସର୍ବନିମ୍ନ ମାସିକ ପେନ୍‌ସନ୍‌ ବୃଦ୍ଧି ପାଇଁ କେନ୍ଦୁଝର ଲୋକସଭା ସାଂସଦ ଇଂ ଚନ୍ଦ୍ରାଣୀ ମୁର୍ମୁଙ୍କ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, ସହସମ୍ପାଦକ ଭାବଗ୍ରାହୀ ରାଉତ, କ୍ଷୀରୋଦ କୁମାର ମହାପାତ୍ର, ମହମ୍ମଦ ଗାଲିବ ହାସାମ ଏବଂ ଅକ୍ଷୟ ପ୍ରସାଦ ଦାସ ପ୍ରମୁଖ ସାଂସଦଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ଇପିଏପ୍‌ ପେନ୍‌ସନ୍‌ଧାରୀଙ୍କ ସର୍ବନିମ୍ନ ପେନ୍‌ସନ୍‌ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ ପ୍ରଦାନ କରିବା ପାଇଁ ସଂସଦରେ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାର ଇପିଏଫ୍‌ ପେନ୍‌ସନ୍‌ଧାରୀମାନେ ୧୦୦୦ ଟଙ୍କା ଓ ତା'ଠାରୁ କମ୍‌ ପେନ୍‌ସନ୍‌ ପାଉଛନ୍ତି। ସର୍ବନିମ୍ନ ମାସିକ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସଂସଦ ଏହି ପ୍ରସଙ୍ଗକୁ ଉଠାଇ ଆଲୋଚନା କରିବା ପାଇଁ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe