ବୌଦ୍ଧ: ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଦାବିପତ୍ର

Advertisment
ବୌଦ୍ଧ: ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଦାବିପତ୍ର

ବୌଦ୍ଧ : ସକାଳ ୯ଟାରୁ କାମ ଆରମ୍ଭ ହୋଇ ଅପରାହ୍‌ଣରେ ଶେଷ ହେଉଛି। ଦିନକୁ ୮ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିଲେ ସୁଦ୍ଧା ଏବେ ମାସକୁ ୨ ହଜାର ଟଙ୍କା ଦରମା ହୋଇଛି। ହିସାବ କଲେ ଦୈନିକ ମଜୁରୀ ୬୬ ଟଙ୍କା ୬୬ ପଇସା। ତାହା ପୁଣି ପ୍ରତି ମାସରେ ମିଳୁ ନଥିବାରୁ ଅଭାବ ଅନଟନରେ ଦିନ କାଟିବାକୁ ପଡୁଛି। ଦୀର୍ଘ ୨୫ ବର୍ଷ ହେଲା ଅସୁରକ୍ଷିତ ଭବିଷ୍ୟତ‌ ନେଇ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଛନ୍ତି। ଏସ୍‌ଏମ୍‌ସି ଚାହିଁଲେ କାର୍ଯ୍ୟରେ ରଖୁଛନ୍ତି ଇଚ୍ଛା ହେଲେ ବାହାର କରି ଦେଉଛନ୍ତି। ଏଭଳି ଦୁଃଖଭରା ଅଭିଯୋଗ କରି ବୌଦ୍ଧ ଜିଲ୍ଲା ମଧ୍ୟାହ୍ନ ଭୋଜନ ପାଚିକା ସଂଘର ସଦସ୍ୟାମ‌ାନେ ମୁର୍ଷୁଣ୍ଡିରୁ ୪ କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୭ ଦଫା ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

ଦାବିଗୁଡ଼ିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ସର୍ବନିମ୍ନ ଦୈନିକ ମଜୁରୀ ୩୧୯ ଟଙ୍କା ପ୍ରଦାନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ଚିକିତ୍ସା ଭତ୍ତା ସହ ଜୀବନ ବୀମାର ସୁବିଧା, ୨୦୧୮ରୁ ଘୋଷିତ ବର୍ଦ୍ଧିତ ଦରମାର ବକେୟା ରାଶି ପ୍ରଦାନ, ଶିକ୍ଷା ବିଭାଗ ନିୟନ୍ତ୍ରଣରେ ନିଯୁକ୍ତି ପ୍ରକ୍ରିୟା, ଭବି‌ଷ୍ୟନିଧି ଯୋଜନାରେ ସାମିଲ, କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ ଲାଗୁ, ପ୍ରତି ମାସ ପ୍ରଥମ ସପ୍ତାହରେ ଦରମା ଓ ଗ୍ରୀଷ୍ମ ଅବକାଶରେ ଦରମା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। କାର୍ଯ୍ୟକ୍ରମରେ ରାଜ୍ୟ ମହାସଂଘ ଉପଦେଷ୍ଟା ହରିହର ପ୍ରଧାନ, ହରେକୃଷ୍ଣ ମେହେର, ରାଜ୍ୟ କାର୍ଯ୍ୟକାରୀ ସଭାପତି ସରୋଜିନୀ କୁମୁରା, ଉପସଭାପତି ଶାନ୍ତି ଲୋହରା, କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ସ୍ବାଇଁ, ସାଧାରଣ ସଂପାଦକ କାର୍ତ୍ତିକ ସା, ସହ ସଂପାଦକ ସରେନ୍ଦ୍ର ଧରୁଆ ଓ ଜିଲ୍ଲା ଉପଦେଷ୍ଟା କାମପାଳ ବସ୍ତିଆ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe