ସାଂସଦଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଟଙ୍କା ଦାବି

ସାଂସଦଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଟଙ୍କା ଦାବି

ସମ୍ବଲପୁର : କିଛି ଦିନର ବ୍ୟବଧାନ ପରେ ପୁଣିଥରେ ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜନେତା। ପୂର୍ବରୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ସାଇବର ଲୁଟେରା ଟଙ୍କା ଲୁଟ୍‌ କରିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନାଁରେ ବି ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମେସେଞ୍ଜର ଯୋଗେ ଟଙ୍କା ଦାବି କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସାଂସଦଙ୍କ ସମ୍ବଲପୁର ମହାନଗର ନିଗମ ପ୍ରତିନିଧି ମୋହନ ଦାଶ ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

publive-imageଅଭିଯୋଗ ଅନୁସାରେ, ବୁଧବାର ଝାରସୁଗୁଡ଼ା ଟିଭି ନାଁରେ ଥିବା ଏକ ଫେସ୍‌ବୁକ୍‌ ଆକାଉଣ୍ଟକୁ ସାଂସଦଙ୍କ ନାଁରେ ଥିବା ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ଉକ୍ତ ବ୍ୟକ୍ତି ରିକ୍ବେଷ୍ଟ ଗ୍ରହଣ କରିବା ପରେ ସାଂସଦଙ୍କ ନାଁରେ ଥିବା ଉକ୍ତ ନକଲି ଆକାଉଣ୍ଟରୁ ମେସେଜ୍‌ ଆସିବା ଆରମ୍ଭ ହୋଇଥିଲା। ମେସେଜ କରୁଥିବା ବ୍ୟକ୍ତି ନିଜକୁ ସାଂସଦ ବୋଲି ପରିଚୟ ଦେବା ସହ କୌଣସି ଅସୁବିଧାରେ ଥିବା ନେଇ କହିଥିଲା। ଏହାପରେ ରାଜ୍ୟ ବାହାରର ଏକ ଫୋନ୍‌ ନମ୍ବର ଦେଇ ସେଥିରେ ୧୦ ହଜାର ଟଙ୍କାର ଗୁଗଲ ପେ’ କରିବାକୁ ଅନୁରୋଧ ଆସିଥିଲା। ଏଥିରେ ଝାରସୁଗୁଡ଼ାର ଉକ୍ତ ବ୍ୟକ୍ତି ସନ୍ଦେହ ପ୍ରକାଶ କରିଥିଲେ। ଦଶ ହଜାର ନହେଲେ ୫୦୦ ଟଙ୍କା ହେଲେ ପଠାଇ ଦିଅ ବୋଲି ଅନୁରୋଧ ଆସିବା ପରେ ଝାରସୁଗୁଡ଼ା ଟିଭିର ବ୍ୟକ୍ତିଜଣକ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଜାଲିଆତି ଘଟଣା ପଦାକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସମ୍ବଲପୁର ଏସ୍‌ପି ଓ ଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ସାଇବର ଲୁଟେରା ଟଙ୍କା ଆଦାୟ କରିଥିବାର ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe