ପଦୋନ୍ନତିରେ ବାଧକ ସାଜିଛି ୬୭୧ ମୁଖ୍ୟ କିରାଣି ପଦବି ଉଚ୍ଛେଦ: ଜିଲ୍ଲା ସ୍ତରରେ ସମସ୍ତ ବିଭାଗକୁ ନେଇ ‘କମନ୍‌ କ୍ୟାଡର୍‌’ କରିବାକୁ ଦାବି

Advertisment
ସରିଲା ୱାର୍କଫ୍ରମ ଅବଧି, କାଲିଠାରୁ ଅଫିସ ଯିବେ କର୍ମଚାରୀ

The Tribune India

ଭୁବନେଶ୍ବର : ଦୀର୍ଘ ୪୦ ବର୍ଷ ପରେ ଗତ ବର୍ଷ ଫେବ୍ରୁଆରିରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ କ୍ୟାଡର୍‌ ପୁନର୍ଗଠନ ସହ ଦୁଇଟି ନୂତନ ପଦବି ସୃଷ୍ଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଉପବିଭାଗୀୟ ଅଧିକାରୀଙ୍କଠାରୁ ବରିଷ୍ଠ ସଂସ୍ଥାପନା ଅଧିକାରୀ ପର୍ଯ୍ୟନ୍ତ କମନ୍‌ କ୍ୟାଡର୍‌ କରାଯିବ। ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଉପବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଗ୍ରେଡେସନ୍‌ ତାଲିକା ସଂପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ବାରା ପ୍ରସ୍ତୁତ କରି ସଂସ୍ଥାପନା ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ତେବେ ଗତ ଫେବ୍ରୁଆରି ୨୦୧୯ରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପୁନର୍ଗଠନ ପରେ ୬୭୧ ମୁଖ୍ୟ କିରାଣୀ ପଦବି ଉଚ୍ଛେଦ ହେବା ଯୋଗୁଁ ବରିଷ୍ଠ ସହାୟକ ଠାରୁ ଉପବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ଏବଂ ଉପବିଭାଗୀୟ ବିଭାଗୀୟଙ୍କଠାରୁ ସଂସ୍ଥାପନା ଅଧିକାରୀଙ୍କ ପଦୋନ୍ନତି ପାଇବା ପାଇଁ ବାଧକ ହୋଇଛି। ଯଦି ଏହା କନିଷ୍ଠ ସହାୟକ ପଦବିରୁ ଉଚ୍ଛେଦ କରାଯାଆନ୍ତା, ତା’ହେଲେ ସଚିବାଳୟ ଭଳି ଜିଲ୍ଲାସ୍ତରରେ କାର୍ଯ୍ୟରତ ଥିବା ବରିଷ୍ଠ ସହାୟକଙ୍କଠାରୁ ଉପବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ଏବଂ ଉପବିଭାଗୀୟ ବିଭାଗୀୟଙ୍କଠାରୁ ସଂସ୍ଥାପନା ଅଧିକାରୀଙ୍କ ପଦୋନ୍ନତି ପାଇବାରେ ସହଜ ହୁଅନ୍ତା ବୋଲି କର୍ମଚାରୀମାନେ ମତ ଦେଇଛନ୍ତି।

ମୁଖ୍ୟ କିରାଣି ପଦ ଉଚ୍ଛେଦ ନେଇ କିଛି ଦିନ ତଳେ ପ୍ରକାଶିତ ଖବରକୁ ନେଇ ଜିଲ୍ଲାସ୍ତରୀୟ ଅମଲାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ମାସରେ ସାଧାରଣ ପ୍ରଶାସନ ବିଭାଗର ଏକ ପତ୍ର ଅନୁସାରେ ଯେଉଁମାନେ ମୁଖ୍ୟ ବିଭାଗୀୟ ଦପ୍ତରରେ ଅମଲା ଭାବରେ କାର୍ଯ୍ୟ କରୁଥିବେ ସେମାନଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ଜିଲ୍ଲା ସ୍ତରୀୟ ଅମଲା। ଏଣୁ ଜିଲ୍ଲା ସ୍ତରରେ କାର୍ଯ୍ୟକରୁଥିବା କନିଷ୍ଠ ଅମଲାଙ୍କଠାରୁ ବରିଷ୍ଠ ସଂସ୍ଥାପନା ଅଧିକାରୀ ପର୍ଯ୍ୟନ୍ତ (ସମସ୍ତ ବିଭାଗକୁ ନେଇ) ଏକ କମନ୍‌ କ୍ୟାଡର୍‌ରେ ଅନ୍ତର୍ଭୁକ୍ତ କରାଗଲେ ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହିତ ବହୁମାତ୍ରାରେ ଦୁର୍ନୀତି ଲୋପ ପାଇବ। ସଚିବାଳୟ ଓ ମୁଖ୍ୟ ବିଭାଗୀୟ ଦପ୍ତର ଭଳି ଜିଲ୍ଲାସ୍ତରରେ ଏହା ପ୍ରଚଳନ କଲେ ସରକାରଙ୍କର ୫-ଟି ଯୋଜନା ଆହୁରି ମଜବୁତ୍‌ ହୋଇପାରିବ ଏବଂ ଜନସାଧାରଣ ଏହାର ସୁଫଳ ପାଇପାରିବେ ବୋଲି ଜିଲ୍ଲା ସ୍ତରୀୟ ଅମଲା ମତ ଦେଇଛନ୍ତି। ଜିଲ୍ଲା ସ୍ତରରେ କାର୍ଯ୍ୟରତ କନିଷ୍ଠ ସହାୟକଙ୍କ ଠାରୁ ବରିଷ୍ଠ ସଂସ୍ଥାପନା ଅଧିକାରୀ ପର୍ଯ୍ୟନ୍ତ (ସମସ୍ତ ବିଭାଗକୁ ନେଇ) ଏକ କମନ୍‌ କ୍ୟାଡର୍‌ କରିବା ପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ତଥା ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏହା ସହ ପ୍ରତି ୫ ବର୍ଷରେ ଅମଲାମାନଙ୍କର ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ପରିବର୍ତ୍ତନ କରାଗଲେ, ଶାସନ ବ୍ୟବସ୍ଥାରେ ଆହୁରି ସ୍ବଚ୍ଛତା ଆସିବା ନେଇ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe