କ୍ରସର ଓ ବେଆଇନ ପଥର କ୍ବାରୀ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
କ୍ରସର ଓ ବେଆଇନ ପଥର କ୍ବାରୀ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Telegraph India

ବୌଦ୍ଧ : ବୌଦ୍ଧ ବ୍ଲକ୍‌ ଗୋଛାପଡ଼ା ପଞ୍ଚାୟତ ବିଭିନ୍ନ ସ୍ଥାନରେ ଚାଲିଥିବା କ୍ରସର ଏବଂ ବେଆଇନ୍‌ ପଥର କ୍ବାରୀ ବନ୍ଦ କରିବା ପାଇଁ ସିଆଳିମୁଣ୍ଡା ଓ ବିଜାପଦର ଗ୍ରାମର ପୁରୁଷ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଉଡ଼ବିଲକା ମୌଜାର ପ୍ରାୟ ୮ଏକର ପରିମିତ ଅଞ୍ଚଳରେ ୪ଟି ପଥର କ୍ବାରୀରୁ ବିସ୍ଫୋରକ ବ୍ୟବହାର କରି ପଥର ଉତ୍ତୋଳନ କରାଯାଉଛି। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଗ୍ରାମବାସୀ ଅତିଷ୍ଠ ହୋଇଗଲେଣି। ଏହାଦ୍ବାରା ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ହେଉଛି। ଅଳ୍ପ ଦୂରରେ ୪ଟି କ୍ବାରୀ ନେଇ ମାତ୍ରାଧିକ ଖନନ କରାଯାଉଛି। ସେପଟେ ୫ମାସ ପୂର୍ବରୁ ଲିଜ୍‌ର ଅବଧି ଶେଷ ହୋଇଥିଲେ ସୁଦ୍ଧା ଦିନରାତି ବିସ୍ଫୋରକ ବ୍ୟବହାର କରି ପଥର ଉତ୍ତୋଳନ କରାଯାଉଛି। ପଥର ଗୁଣ୍ଡ ଯୋଗୁଁ ଲୋକେ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାସହ ଚାଷ ଜମି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏନେଇ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସା ଭୋଇ ଓ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ରେବତୀ ମହାଳିକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe