ଫସଲ ବୀମା ‌ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ଫସଲ ବୀମା ‌ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସଇଁନ୍ତଳା: ୨୦୨୧-୨୨ ବର୍ଷରେ ସଇନ୍ତଳା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ବୀମା କମ୍ପାନିର ଟାଳଟୁଳ ନୀତି ଯୋଗୁ ସଇନ୍ତଳା ପଂଚାୟତର ଚାଷୀମାନେ ବୀମା ସହାୟତାରୁ ବଞ୍ଚିତ ରହିଛନ୍ତି। ଏହାର ପ୍ରତିବାଦରେ ସୋମବାର ସଇନ୍ତଳାର ଚାଷୀ ତଥା ସଇନ୍ତଳା ବିକାଶ ପରିଷଦ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉେଦ୍ଦଶ୍ୟରେ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ସମୟରେ ପୂର୍ବ ସରପଞ୍ଚ ଭୀମସେନ ସ୍ବାଇଁ, ସୁବୋଧ ମିଶ୍ର, କିଶାନ ପଟ୍ଟନାୟକ, ଶେଷଦେବ ଜାନୀ, ସଚ୍ଚିକାନ୍ତ ପୁଟା, ମନୋଜ ପୃଷେଠ, ବିନୟ ଭୋଇ, ସତ୍ୟବ୍ରତ ସାହୁ, ଫିରୋଜ ବଗର୍ତି, ଜଗବନ୍ଧୁ ପଶାୟତ, କୃଷ୍ଣଚନ୍ଦ୍ର ପୃଷେଠ, ବାବୁଲାଲ କର୍ମୀ, ଲାଦୁ କର୍ମୀ, ଚାଣ୍ତାଳ ବାଗ, ଗୌତମ ଭୋଇ, କୁଂଜ ପୁଟା, ଯୋଗୀନ୍ଦ୍ର ପୁଟା, ଗିରିଧାରୀ ଚନ୍ଦନ, ମକରନ୍ଦ ବକୁଲ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୨୫ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଚାଷୀମାନେ ଅନଶନ କରିବା ସହ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଭାରତୀୟ କିଷାନ ସଂଘର ସଭାପତି ମୋହନ ନାଏକଙ୍କ ନେତୃତ୍ବରେ ଜୁରାବନ୍ଧ ପଂଚାୟତ ଅଂଚଳର ଚାଷୀମାନେ ଫସଲ ବୀମା ତୁରନ୍ତ ପ୍ରଦାନ କରିବାକୁ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe