ସମ୍ବଲପୁର ସିଟି ଷ୍ଟେସନ୍‌ରେ ସବୁ ଟ୍ରେନ୍ ରହଣି ପାଇଁ ଦାବି

Advertisment
ସମ୍ବଲପୁର ସିଟି ଷ୍ଟେସନ୍‌ରେ ସବୁ ଟ୍ରେନ୍ ରହଣି ପାଇଁ ଦାବି

YouTube

ସମ୍ବଲପୁର : ସମ୍ବଲପୁର ସହରରେ ଥିବା ୪ ପ୍ରମୁଖ ରେଳ ଷ୍ଟେସନ୍‌ ମଧ୍ୟରୁ ଫାଟକ୍‌ ଷ୍ଟେସନ୍‌କୁ ହଟାଇ ଦିଆଯାଇଛି। ଫାଟକ ଷ୍ଟେସନ୍‌ ହଟିବା ପରେ ସମ୍ବଲପୁର ଜଙ୍କସନ୍‌(କ୍ଷେତରାଜପୁର), ହୀରାକୁଦ ଓ ସମ୍ବଲପୁର ସିଟି ଏବେ କାର୍ଯ୍ୟକ୍ଷମ ରହିଛି। ତେବେ ସିଟି ଷ୍ଟେସନ୍‌ ଦେଇ ଯାଉଥିବା ଅଧିକାଂଶ ଟ୍ରେନ୍‌ ସେଠାରେ ରହୁ ନଥିବାରୁ ଅଞ୍ଚଳବାସୀ ଅନେକ ଦିନରୁ କ୍ଷୋଭ ପ୍ରକାଶ କରି ଆସିଛନ୍ତି।

ରାଉରକେଲା-ଝାରସୁଗୁଡ଼ା ଦେଇ ଆସୁଥିବା ଟ୍ରେନ୍‌ଗୁଡ଼ିକ ମୁଖ୍ୟତ ସମ୍ବଲପୁର ସିଟି ଷ୍ଟେସନ୍‌ରେ ରହୁଛନ୍ତି। କ୍ଷେତରାଜପୁର ଷ୍ଟେସନ୍‌ରେ ରହୁଥିବା ଟ୍ରେନ୍‌ଗୁଡ଼ିକ ସମ୍ବଲପୁର ସିଟି ଷ୍ଟେସନ୍‌ରେ ରହୁ ନାହିଁ। ଯେଉଁ କାରଣରୁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି। ଫାଟକ ଷ୍ଟେସନ୍‌ ହଟିବା ପରେ ବର୍ତ୍ତମାନ ଅନେକ ଲୋକ ସିଟି ରେଳ ଷ୍ଟେସନ୍‌ ଉପରେ ନିର୍ଭର କରୁଛନ୍ତି। ସେଠାରେ ଟ୍ରେନ୍‌ ଅଟକୁ ନଥିବାରୁ ଟ୍ରେନରେ ଯାତାୟାତ କରୁଥିବା ଲୋକଙ୍କୁ ଏବେ ଟ୍ରେନ୍‌ ଟିକେଟ୍‌ ଦର ଅପେକ୍ଷା ଅଟୋ ଭଡ଼ା ଅଧିକ ଦେବାକୁ ପଡ଼ୁଛି। ଯାହାକୁ ନେଇ ପଶ୍ଚିମାଞ୍ଚଳ ବିକାଶ ପାର୍ଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯିବା ସହ ସବୁ ଟ୍ରେନ୍‌କୁ ସିଟି ଷ୍ଟେସନ୍‌ ନିକଟରେ ରହଣି କରିବା ପାଇଁ ଦାବି କରାଯାଇଛି।

ଦଳ ପକ୍ଷରୁ ସଭାପତି ଲକ୍ଷ୍ଣଣ ଭୋଇଙ୍କ ସମେତ ବିଶ୍ବନାଥ ସାହୁ, ଯଦୁମଣି ପ୍ରଧାନ, ହୃଷିକେଶ ସାହୁ, ବିଜୟ ପ୍ରଧାନ, ଭୀଷ୍ମ ସାହୁ, ରୂପା ସାହୁ, ସାଧବାଣୀ ସାହୁ ପ୍ରମୁଖ କେନ୍ଦ୍ର ସରକାର ଓ ରେଳ ବିଭାଗ ନିକଟରେ ଦାବି କରିଛନ୍ତି। ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ରେଳ ରୋକ କରି ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe