ଧର୍ମଗଡ଼: ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର, ‘ଦାବି ପୂରଣ ନହେଲେ ୧୫ରୁ ଧାରଣା’

Advertisment
ଧର୍ମଗଡ଼: ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର, ‘ଦାବି ପୂରଣ ନହେଲେ ୧୫ରୁ ଧାରଣା’

ଧର୍ମଗଡ଼ : ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ସହ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଦାବିରେ ଧର୍ମଗଡ଼ ସିଡ୍ୟୁଲ୍‌କାଷ୍ଟ ଫେଡେରେସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୧୯ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ବିନା ବିଶେଷଜ୍ଞରେ ୬ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଫଳରେ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷରେ ଧର୍ମଗଡ଼ ଠାରେ ପ୍ରାୟ ୯ କୋଟି ଟଙ୍କା ଅଟକଳରେ ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କରିବା ଲାଗି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ସ୍ଥାନୀୟ ବିଧାୟକ ମଧ୍ୟ ଭୂମିପୂଜା କରିଥିଲେ। ବର୍ତ୍ତମାନ ଏହି ତାଲିମ କେନ୍ଦ୍ର ଜୁନାଗଡ଼ ଠାରେ କରାଯିବା ନେଇ ଚକ୍ରାନ୍ତ କରାଯାଉଥିବାରୁ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଣୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ଓ ଧର୍ମଗଡ଼ ଠାରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।

ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ୧୫ ତାରିଖ ଦିନ ସିଡ୍ୟୁଲ୍‌କାଷ୍ଟ ଫେଡେରେସନ୍ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଫେଡେରେସନ ଧର୍ମଗଡ଼ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ଛାତ୍ର ସଂଗଠକ ଢଗଢମାଳିଆ ନାଏକ, ଉପଦେଷ୍ଟା କବିରାଜ ଦୁର୍ଗା, ଚକ୍ରଧର ବେଣୁପାଣି ଓ ଲକ୍ଷ୍ମୀକାନ୍ତ ବାଗ, କାଉନସିଲର ନବୀନ ମହାନନ୍ଦ, ପଣ୍ଡୁ ପାତ୍ର ଓ ପରିକ୍ଷିତ ମହାନନ୍ଦ, ବରିଷ୍ଠ ସଦସ୍ୟ ଉମେଶ ଦୁରିଆ, କମଳାକାନ୍ତ ବିହାରି, ଘାସିରାମ ଜଗତ, ଅଙ୍କିତ ସେଠୀ, ଯୋଗେଶ ତାଣ୍ଡି, କିରଟି ବିହାରିଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe