ଜେଲରେ ୨ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ: ଜଣେ ଗୁରୁତର

Advertisment
ଜେଲରେ ୨ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ: ଜଣେ ଗୁରୁତର
ମାଲକାନଗିରି: ମାଲକାନଗିରି ସଦର ମହାକୁମାସ୍ଥିତ ଉପକାରାଗାରରେ ଦୁଇ କୈଦିଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଜଣେ କୈଦି ଗୁରତର ହୋଇଛନ୍ତି।ସୂଚନା ଅନୁଯାୟୀ ପ୍ରଶାନ୍ତ କୁଣ୍ଡୁ ନିଜ ପତ୍ନୀର କିଡନୀ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ପରେ ଜେଲରେ ସଜା କାଟୁଛନ୍ତି।ତେବେ ଆଜି ପ୍ରଶାନ୍ତଙ୍କ କୋର୍ଟ ତାରିଖ ଥିଲା।
ତେବେ ସେ ନିଜ ସାଥୀମାନଙ୍କ ସହ କିପରି ସେ ମୁକୁଳିବେ ଆଲୋଚନା କରୁଥିବା ବେଳେ ବଚସା ହେବା ଫଳରେ କାଲିମେଳାର ମୁନ୍ନା ନାମକ କୈଦି ପ୍ରଶାନ୍ତଙ୍କ ଆକ୍ରମଣ କରିଥିଲେ।ଯାହାଫଳରେ ଗଣ୍ଡଗୋଳ ତୀବ୍ର ହୋଇଥିଲା।ପ୍ରଶାନ୍ତଙ୍କ ମୁଁହରେ ଗଭୀର ଆଘାତ ଲାଗିବାରୁ ସେ ରକ୍ତାକ୍ତ ହୋଇଥିଲେ।ତୁରନ୍ତ ତାଙ୍କୁ ମାଲକାନଗିରି ମେଡ଼ିକାଲ ରେ ଭର୍ତି କରାଯାଇଛି।ତାଙ୍କର ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି।ତେବେ ଏ ନେଇ ଜେଲ ସୁପେରିଟେଣ୍ଡେଣ୍ଟ ଙ୍କୁ ପଚାରିବାରୁ ଏବିଷୟରେ କିଛି ଜାଣି ଥିବା ବେଳେ ତଦନ୍ତ କରୁଥିବା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe