ବାଡ଼ିରେ ଗାଈ ପଶିଯିବାରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ

Advertisment
ବାଡ଼ିରେ ଗାଈ ପଶିଯିବାରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ

DNA India

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ତରୁଆଁ ପଞ୍ଚାୟତ ଅଳିଗାଁରେ ବାଡ଼ିରେ ଗାଈ ପଶିଯିବାରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ତିନିଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ଅଳିଗାଁର ମହେନ୍ଦ୍ର ଜେନାଙ୍କ ଗାଈ ପଡ଼ୋଶୀଙ୍କ ବାଡ଼ିରେ ପଶିଯିବାରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାକୁ ନେଇ ପଡ଼ୋଶୀ ଭୀମସେନ ଜେନା, କାଳିଆ ଜେନା, ଜଗବନ୍ଧୁ ଜେନା, ଲକ୍ଷ୍ମୀଧର ଜେନା, ସଦାନନ୍ଦ ଜେନା, ଚଗୁଲ ଜେନାଙ୍କ ସହ ମହେନ୍ଦ୍ର ଜେନାଙ୍କ ପରିବାର ହାତାହାତି ହୋଇଥିଲେ। ହୋଇଥିଲେ ଏଥିରେ ମହେନ୍ଦ୍ର, ତାଙ୍କ ପତ୍ନୀ ରଞ୍ଜୁ ଏବଂ ପୁଅ ରମେଶ ଆହତ ହୋଇଥିଲେ। ଏନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe