ଶ୍ରୀମନ୍ଦିର ଗର୍ଭଗୃହରେ ଗଣ୍ଡଗୋଳ; ୨ ଜଣଙ୍କ ମାରପିଟ ଯୋଗୁଁ ପଡ଼ିଲା ରକ୍ତଛିଟା

ଶ୍ରୀମନ୍ଦିର ଗର୍ଭଗୃହରେ ଗଣ୍ଡଗୋଳ; ୨ ଜଣଙ୍କ ମାରପିଟ ଯୋଗୁଁ ପଡ଼ିଲା ରକ୍ତଛିଟା

ପୁରୀ: ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ପଡ଼ିଛି। ଆଜି ଅପରାହ୍‌ଣରେ ଗର୍ଭଗୃହ ଭିତରେ ଦ୍ବିପ୍ରହର ଧୂପ ବସିଥିବା ବ‌େଳେ ଏହି ଅଭାବନୀୟ ପରସ୍ଥିତି ଦେଖିବାକୁ ମିଳିଛି। ପତ୍ରୀ ବଡୁ ଓ ପଖାଳିଆ ‌ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏହି ଭୟଙ୍କର ସ୍ଥିତି ଉପୁଜିଛି।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ସମୟରେ ଦ୍ବିପହର ଧୂପ ବସିଥିଲା। ସେବାରେ ଥିବା ପ୍ରାପ୍ୟ (ଖେଇ)କୁ ନେଇ ପତ୍ରୀ ବଡ଼ୁ ଓ ପଖାଳିଆ ସେବାୟତର ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ମୁଥମରାମରି ହୋଇଥିଲେ। ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିଲା। ଉଭୟଙ୍କୁ ସିଂହଦ୍ବାର ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟପଟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି। ଏହା ପରେ ପୁଣି ସମସ୍ତ ନୀତିକାନ୍ତି ଆଗକୁ ବଢ଼ିଛି।

ସୂଚନା‌ଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଅପ୍ରୀତିକର ଅଘଟଣ ଦେଖିବାକୁ ଲାଗିଛି। ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅଘଟଣକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅ‌ସନ୍ତୋଷ ଜାତ ହୋଇଛି। ବୁଦ୍ଧିଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe