ପୁରୀ : ଗାଡ଼ି ଯାଞ୍ଚ ସମୟରେ ହାତାହାତି

ଭିଣୋଇଙ୍କୁ ଅପହରଣ ଅଭିଯୋଗରେ ପୁଲିସ ଏସ୍‌ଆଇ ଗିରଫ

Sambad English

ପୁରୀ : ଶନିବାର ରାତିରେ ନରେନ୍ଦ୍ରକୋଣ ଅଞ୍ଚଳରେ କୁମ୍ଭାରପଡ଼ା ଥାନା ପୁଲିସ ଗାଡ଼ି ଚେକିଂ କରୁଥିବା ସମୟରେ ପୁଲିସ -ଜନତା ହାତାହାତି ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି, ଶନିବାର ରାତିରେ କୁମ୍ଭାରପଡ଼ା ଥାନା ଆଇଆଇସି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ବରେ ପୁଲିସ ନରେନ୍ଦ୍ରକୋଣ ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ କରୁଥିଲା। ଏହି ସମୟରେ ଏକ ୨୨୦ ପଲସର୍‌ ଗାଡ଼ିଚାଳକ ପୁଲିସକୁ ଦେଖି ସେଠାରୁ କ୍ଷୀପ୍ର ଗତିରେ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ତାକୁ ପିଛା କରିବା ପରେ ଏହି ଗାଡ଼ିଟି ଲଳିତା ବେହେରାଙ୍କ ଘର ସମ୍ମୁଖରେ ଅଟକିଥିଲା। ଗାଡ଼ିକୁ ପୁଲିସ ଯାଞ୍ଚ କରିବାରୁ ଲଳିତାଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଖବର ପାଇ ପୁରୀ ସିଟି ଡିଏସ୍‌ପିଙ୍କ ସମେତ ସହରାଞ୍ଚଳର ସମସ୍ତ ଥାନା ଇନ୍‌ସ୍ପେକ୍ଟର ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ହାତାହାତି ସମୟରେ ଲଳିତାଙ୍କ ପରିବାରର ଜଣେ ଶିଶୁ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଚାଇଲ୍‌ଡ ଲାଇନର ନିର୍ଦ୍ଦେଶକ ଡାକ୍ତରଖାନାରେ ପହଞ୍ଚି ଶିଶୁର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଅନ୍ୟପଟେ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ଅନ୍ୟ କିଛି ପୁଲିସ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe