ପ୍ରସାଦ ପାଇଁ ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ, ୪ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ରସୁଲପୁର : କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତ ବ୍ରାହ୍ମଣବାଡ ଗ୍ରାମର ମା' ଚର୍ଚ୍ଚିକା ପୀଠରେ ପ୍ରସାଦ ନେବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞରେ ଗତକାଲି ପୂର୍ଣ୍ଣାହୁତି ହୋଇଥିଲା। ରାତିରେ ଗ୍ରାମବାସୀ ପ୍ରସାଦ ସେବନ କରୁଥିଲେ। ଏହି ସମୟର ଘରକୁ ପ୍ରସାଦ ପାର୍ସଲକୁ କେନ୍ଦ୍ରକରି କହ୍ନେଇ ଦାସ ଓ ମଳୟ ପରିଡ଼ାଙ୍କ ପରିବାର ମଧ୍ୟରେ ପାଟିତୁଣ୍ତ ହୋଇ ଗଣ୍ତଗୋଳ ହୋଇଥିଲା।

ପୂର୍ବରୁ ଉଭୟ ପରିବାର ମଧ୍ୟରେ ଜମିବାଡ଼ି ତଥା ରାଜନୈତିକ କାରଣରୁ ବିବାଦ ରହିଥିଲା। ପ୍ରସାଦ ନେବା ସମୟରେ କମେଣ୍ଟ ମରାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉଭୟ ପରିବାର କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା କେସ୍‌ ନମ୍ବର ୧୪୮ ଓ ୧୪୯/୨୧ ରୁଜୁ କରି କହ୍ନେଇ ଦାସ(୬୪), ଶିଶିର ଦାସ(୫୦) ଏବଂ ଅଶୋକ ପରିଡ଼ା(୩୪) ଓ ମଧୁସୂଦନ ପରିଡ଼ା(୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସଆଇ ରାଜକିଶୋର ଦାସ ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe