ହଳଦୀବାହଲ ଚନ୍ଦନ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

Advertisment
ହଳଦୀବାହଲ ଚନ୍ଦନ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

India.com

ଜମନକିରା: ଜମନକିରା ଥାନା ଖର୍ସନମାଲ ପଞ୍ଚାୟତର ହଲଦିବାହାଲ୍ ଗାଁ ଚନ୍ଦନ ଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମଙ୍ଗଳବାର ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହଳଦୀବାହଲ ଗ୍ରାମ୍ୟ କମିଟି ପକ୍ଷରୁ ଚନ୍ଦନଯାତ୍ରା ଆୟୋଜନ ହୋଇଥିଲା। ରାତିରେ ଯାତ୍ରା ଚାଲିଥିବା ବେଳେ ଗ୍ରାମର ଚାରି ପରିବାର ସହ ଗ୍ରାମ୍ୟ କମିଟି ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଗ୍ରାମ୍ୟ କମିଟି ଅଭିଯୋଗ ମତେ, ଗ୍ରାମର ରଞ୍ଜନ ଖମାରୀ, ପିଣ୍ଟୁ ଖମାରୀ, ମଣ୍ଟୁ ଖମାରୀ, ରିଙ୍କୁ ଖମାରୀ, ସଂକୀର୍ତ୍ତନ ଖମାରୀ ଓ ଧ୍ରୁବ ଚରଣ ଖମାରୀ ସହ ଅନ୍ୟ କିଛି ଲୋକ ଯାତ୍ରା ଚାଲିଥିବା ବେଳେ ଗଣ୍ଡଗୋଳ କରିଥିଲେ।

ଏହାକୁ ଯାତ୍ରା କମିଟି ସଭ୍ୟବୃନ୍ଦ ବାରଣ କରିବା ପରେ ସେମାନେ ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ କମିଟି ସଦସ୍ୟଙ୍କ ମଧ୍ୟରେ ସୁରଞ୍ଜନ ବାଦଳି, ସହଦେବ ସିଂ, ନୀଳାଞ୍ଚଳ ଛୁରା, ଦୁଷ୍ମନ୍ତ ଭୋଇ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି। ସେହିପରି ଅପର ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯାତ୍ରା କମିଟିର ସୁରଞ୍ଜନ ବାଦଳି, ନିରଞ୍ଜନ ଛୁରା, ମହେନ୍ଦ୍ର ସିଂ, ରୂପକାନ୍ତ ଭୋଇ ଓ ଓମପ୍ରକାଶ ଶର୍ମା ରାତି ପ୍ରାୟ ୧୨ଟା ୩୦ରେ ଠେଙ୍ଗା ଦ୍ୱାରା ସଂକୀର୍ତ୍ତନ ଖମାରୀ, ଧ୍ରୁବ ଚରଣ ଖମାରୀ ଓ ପିଣ୍ଟୁ ଖମାରୀଙ୍କୁ ଘର ସାମନା ଗାଁ ଦାଣ୍ଡରେ ଶୋଇଥିବା ବେଳେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇ ସମ୍ବଲପୁର ସଦର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ପୁଲିସ ଉଭୟ ଅଭିଯୋଗ ଉପରେ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe