ନାଏବ ସରପଞ୍ଚ ନିର୍ବାଚନ ବେଳେ ଗୋଷ୍ଠୀ ସଂଘର୍ଷ

ଫାଣ୍ଡି ଅଧିକାରୀ ଆହତ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

କରଞ୍ଜିଆ ଗୋଲେଇ: ଆଜି ଥିଲା ନାଏବ ସରପଞ୍ଚ ନିର୍ବାଚନ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ବ୍ଲକ୍‌ରେ ରାଇଡିହା ପଞ୍ଚାୟତରେ ନିର୍ବାଚନ ଚାଲିଥିବାବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଜଣେ ଫାଣ୍ଡି ଅଧିକାରୀ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଇଡ଼ିହା ପଞ୍ଚାୟତରେ ଏହି ନିର୍ବାଚନ ଚାଲିଥିବାବେଳେ ଆଶାୟୀ ପ୍ରାର୍ଥୀ ମମିତା ମହାନ୍ତ  ୭ ୱାର୍ଡ ସଦସ୍ୟଙ୍କୁ ନେଇ ପଞ୍ଚାୟତରେ ପଶିବାବେଳେ ବିରୋଧୀ ଗୋଷ୍ଠୀ ତାଙ୍କୁ ଅଟକାଇଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଖବର ପାଇ ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବପ୍ରସାଦ ଆଇଚ ୭ ଜଣ ପୁଲିସ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପକ୍ଷଙ୍କୁ ରୋକିବାକୁ ଯାଇ ନିଜେ ଆକ୍ରମଣର ଶିକାର ହୋଇ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଆକ୍ରମଣକାରୀ ମଧ୍ୟରୁ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ଆଇଚ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe