ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ତିତିପ ପଞ୍ଚାୟତର ଚଢ଼େୟା ଗାଁରେ ଜଣେ ଦଶମ ଶ୍ରେଣୀର ଛାତ୍ର ନିଖୋଜ ହୋଇଯାଇଛନ୍ତି । ପ୍ରତାପ ଚନ୍ଦ୍ର ଖୁଣ୍ଟିଆଙ୍କ ଏକମାତ୍ର ପୁଅ ପୂର୍ଣ୍ଣାନନ୍ଦ ଖୁଣ୍ଟିଆ ଡାକନାମ ଚନ୍ଦୁ ସେ ତିନି ଦିନ ହେଲା ନିଖୋଜ ଅଛନ୍ତି । ସେ ଚାରିଛକ ଗୋପୀନାଥ ବିଦ୍ୟାପୀଠରେ ଦଶମ ଶ୍ରେଣୀରେ ପାଠ ପଢେ।
ସ୍କୁଲକୁ ପାଠ ପଢ଼ିବାକୁ ଯାଉଛି କହି କେଉଁ ଆଡ଼େ ଚାଲିଯାଇଛନ୍ତି । ସେ ନିଜେ କେଉଁ ଆଡ଼େ ଚାଲି ଯାଇଛନ୍ତି କିମ୍ବା ତାଙ୍କୁ କିଏ ଅପହରଣ କରି ନେଇ ଯାଇଛି ସେ ନେଇ କାହା ପାଖରେ ଖୋଜ ଖବର ନାହିଁ ।
ଚାରିଆଡ଼େ ଖୋଜ ଖୋଜି ପରେ ପରିବାର ଲୋକେ ଏବେ ନିରାଶ ହୋଇ କୃଷ୍ଣପ୍ରସାଦ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ଏ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ବାପା, ମା’।
ଅଧିକ ପଢ଼ନ୍ତୁ: ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ବ୍ୟାପିଲା: ୬୫୦୦ କୁକୁଡ଼ା ମାରିବ ପ୍ରଶାସନ
ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଯଦି କୌଣସି ସ୍ଥାନରେ ପୂର୍ଣ୍ଣାନନ୍ଦ ଖୁଣ୍ଟିଆ ଓରଫ ଚନ୍ଦୁକୁ କେହି ଦେଖନ୍ତି ତେବେ ୯୦୭୮୬୪୨୮୫୧, ୭୭୫୧୦୨୦୩୭୪ ନମ୍ୱରରେ ଯୋଗାଯୋଗ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।
ପୁଅ ନିଖୋଜ ନେଇ ମା’ବାହୁନୀ କାନ୍ଦୁଛନ୍ତି । କୋଉଠି ଅଛୁ ତୁ ଫେରି ଆ ବୋଲି ମା’ କହୁଛନ୍ତି। ଏକମାତ୍ର ପୁଅ ନିଖୋଜ ହୋଇଯିବା ପରେ ପରିବାରରେ ଚିନ୍ତା ବଢ଼ିଯାଇଛି । ଏପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ: ଜାହାନପୁରରେ ଜଘନ୍ୟ ହତ୍ୟାକାଣ୍ଡ: ପୁତୁରାକୁ ହାଣି ହତ୍ୟା କଲା ଦାଦା
puri